କନକ ବ୍ୟୁରୋ: ଆଜି ଭାରତର ପ୍ରଧାନ ବିଚାରପତି ଭାବେ ଉଦୟ ଉମେଶ ଲଳିତଙ୍କ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ପରିବାରର ତିନି ପିଢ଼ି ଉପସ୍ଥିତ ରହିବେ। ମହାରାଷ୍ଟ୍ରର ଲଳିତ ପରିବାରକୁ ୧୦୨ ବର୍ଷରୁ ଅଧିକ ହେଲାଣି। ଭାରତ ସ୍ବାଧୀନ ହେବାର ବହୁ ଆଗରୁ ଉଦୟ ଉମେଶ ଲଳିତଙ୍କ ଜେଜେ ସୋଲାପୁରରେ ଓକିଲାତି କରୁଥିଲେ।

Advertisment

ତାଙ୍କ ପରିବାରର ତିନି ପିଢ଼ିଙ୍କ ମଧ୍ୟରେ ଅଛନ୍ତି ୯୦ ବର୍ଷିୟ ବାପା ଉମେଶ ରଙ୍ଗନାଥ ଲଳିତ। ନିଜ ରାଜ୍ୟରେ ଦୀର୍ଘ ଦିନ ଧରି ଓକିଲାତି କରିବା ପରେ ସେ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।

ଦିଲ୍ଲୀରେ ଅପରାଧିକ ମାମଲା ଲଢ଼ି ଖ୍ୟାତି ଅର୍ଜନ କରିବା ପରେ ସେ ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଡ୍‌ଭୋକେଟ୍‌ ପାହ୍ୟାକୁ ଉତ୍ତୀର୍ଣ୍ଣ ହୋଇଥିଲେ ୟୁ ୟୁ ଲଳିତ। ୨୦୧୪ରେ ତାଙ୍କୁ ସିଧାସଳଖ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।