ବିବାଦ ପରେ ନୂଆ ନିଯୁକ୍ତିକୁ ଜଷ୍ଟିସ ସିକ୍ରିଙ୍କ ପ୍ରତ୍ୟାଖାନ ! ପୂର୍ବରୁ ଦେଇଥିବା କନସେଂଟକୁ କଲେ ପ୍ରତ୍ୟାହାର, ଆଲୋକ ବର୍ମାଙ୍କୁ ପଦରୁ ହଟାଇବାକୁ ଦେଇଥିଲେ ଭୋଟ୍ ।

255

କନକ ବ୍ୟୁରୋ : ସୁପ୍ରିମକୋର୍ଟ ବିଚାରପତି ଏ.କେ ସିକ୍ରି, ଅବସର ପରେ ନିଯୁକ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି । ଲଣ୍ଡନସ୍ଥିତ କମନୱେଲଥ ସେକ୍ରେଟାରିଏଟ୍ ଆର୍ବିଟ୍ରାଲ ଟ୍ରିବୁନାଲରେ ପ୍ରତିନିଧି ଭାବେ ସରକାର ତାଙ୍କୁ ନିଯୁକ୍ତି ଦେଇଥିଲେ । ତେବେ ଅବସର ପରେ କୌଣସି ସରକାରୀ ପଦରେ ନିଯୁକ୍ତିକୁ ଗ୍ରହଣ କରିବେ ନାହିଁ ବୋଲି ପୂର୍ବରୁ ସେ ଘୋଷଣା କରିଥିବାରୁ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି । ଏନେଇ ସେ ଆଇନ ମନ୍ତ୍ରଣାଳୟକୁ ଲିଖିତ ଭାବେ ଜଣାଇ ଦେଇଛନ୍ତି ।

ସିବିଆଇ ନିର୍ଦ୍ଦେଶକ ବିବାଦରେ ନୂଆ ଖୁଲାସା । ବିଚାରପତି ସିକ୍ରିଙ୍କୁ ଅଫର ଦେଇଥିଲେ ସରକାର । ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ ସିକ୍ରି । ଲଣ୍ଡନସ୍ଥିତ କମନୱେଲଥ ସେକ୍ରେଟାରିଏଟ୍ ଆର୍ବିଟ୍ରାଲ ଟ୍ରାଇବୁନାଲରେ ପ୍ରତିନିଧି ଭାବେ ନିଯୁକ୍ତି ପାଇଁ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି ଜଷ୍ଟିସ ସିକ୍ରି । ଏନେଇ ଆଇନ ମନ୍ତ୍ରଣାନ୍ୟକୁ ଜଣାଇ ଦେଇଛନ୍ତି । ଅବସର ପରେ କୌଣସି ସରକାରୀ ପଦରେ ନିଯୁକ୍ତିକୁ ଗ୍ରହଣ କରିବେ ନାହିଁ ବୋଲି ନିଷ୍ପତି ନେଇଥିବାରୁ ନିଯୁକ୍ତିକୁ ପ୍ରତ୍ୟାଖାନ କରିଥିବା କହିଛନ୍ତି ।

ଗୁରୁବାର ସିବିଆଇ ନିର୍ଦ୍ଦେଶକ ମନୋନୟନ କମିଟିରେ ପ୍ରଧାନ ବିଚାରପତିଙ୍କ ପ୍ରତିନିଧି ଭାବେ ଜଷ୍ଟିସ ସିକ୍ରି ଉପସ୍ଥିତ ରହିଥିଲେ । ଆଲୋକ ବର୍ମାଙ୍କ ବିରୋଧରେ ଭୋଟ ଦେଇଥିଲେ ସିକ୍ରି । ଆଉ ପଦଚ୍ୟୁତ ହୋଇଥିଲେ ଆଲୋକ ବର୍ମା । ଏହାର ଠିକ ଦୁଇ ଦିନ ପରେ ସରକାରଙ୍କ ପକ୍ଷରୁ ବିଚାରପତି ଏ.କେ ସିକ୍ରି ନିଯୁକ୍ତି ସୁଯୋଗ ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି । ଆଇନ ମନ୍ତ୍ରଣାଳୟର କହିବା ହେଲା, ସିବିଆଇ ପ୍ରସଙ୍ଗ ସହିତ ଏହି ନିଯୁକ୍ତିର କୌଣସି ସମ୍ପର୍କ ନାହିଁ । ଡିସେମ୍ବର ପ୍ରଥମ ସପ୍ତାହରେ ଏହି ନିଯୁକ୍ତି ସଂକ୍ରାନ୍ତରେ ଜଷ୍ଟିସ ସିକ୍ରିଙ୍କ ମତ ମୌଖିକ ଭାବେ ଲୋଡା ଯାଇଥିଲା ।

ଅନ୍ୟପକ୍ଷରେ ଜଷ୍ଟିସ ସିକ୍ରି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହି ମାମଲାକୁ ଅଧିକ ନ ବଢାଯାଉ । ଜଷ୍ଟିସ ସିକ୍ରି ଆସନ୍ତା ମାର୍ଚ୍ଚ ୬ ତାରିଖରେ ନିଜ ପଦରୁ ଅବସର ନେଉଛନ୍ତି । ବର୍ତମାନ ସେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଅଛନ୍ତି । କମନୱେଲଥ ସେକ୍ରେଟାରିଏଟ୍ ଆର୍ବିଟ୍ରାଲ ଟ୍ରାଇବୁନାଲରେ ରାଜ୍ୟଗୋଷ୍ଠୀ ସଚିବାଳୟ କର୍ମଚାରୀଙ୍କ ବିବାଦର ବିଚାର ହୋଇଥାଏ । ଏଥିରେ ଭାରତରୁ କେହି ପ୍ରତିନିଧିତ୍ୱ କରୁନାହାନ୍ତି ।