କନକ ବ୍ୟୁରୋ : ଜଷ୍ଟିସ ରଂଜନ ଗୋଗୋଇ ଭାରତର ପରବର୍ତି ପ୍ରଧାନ ବିଚାରପତି ହେବେ । ଏହି ପଦବୀ ପାଇଁ ଜଷ୍ଟିସ ଗୋଗେଇଙ୍କ ନାମକୁ ସରକାରଙ୍କୁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର । ମିଳିଥିବା ସୂଚନା ଅନୁସାରେ ଜଷ୍ଟିସ ରଂଜନ ଗୋଗୋଇ ଅକ୍ଟୋବର ୩ ତାରିଖରେ ଶପଥ ନେବେ । ଏହାପରେ ଜଷ୍ଟିସ୍ ଗୋଗୋଇ ଦେଶର ପ୍ରଧାନ ବିଚାରପତି ଭାବେ ୧୭ ନଭେମ୍ବର ୨୦୧୯ ଯାଏଁ କାର୍ଯ୍ୟଭାର ତୁଲାଇବେ । ସିଜେଆଇ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଅକ୍ଟୋବର ୨ ତାରିଖରେ ଶେଷ ହେଉଛି ।
ନିୟମ ଅନୁସାରେ ଦୀପକ ମିଶ୍ରଙ୍କ ପରେ ବରିଷ୍ଠ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ନାମକୁ ସିଜେଆଇ ପାଇଁ ସୁପାରିଶ କରାଯାଇଛି । ତେବେ ଗୋଗୋଇ ବର୍ତ୍ତମାନର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରି ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ୪ ଜଣ ବରିଷ୍ଠ ବିଚାରପତିଙ୍କ ମଧ୍ୟରୁ ଜଷ୍ଟିସ୍ ଗୋଗୋଇ ଅନ୍ୟତମ । ଜଷ୍ଟିସ୍ ଗୋଗୋଇ ୧୯୭୮ରେ ହାଇକୋର୍ଟ ବାରରେ ସାମିଲ ହୋଇଥିଲେ । ୨୦୧୨ ଏପ୍ରିଲ୍ ୨୩ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଥିଲା। ତେବେ ଦେଶର ପରବର୍ତ୍ତୀ ମୁଖ୍ୟ ବିଚାର ପତି ହେଉଥିବାରୁ ଗୋଗୋଇଙ୍କୁ ଅନେକ ଶୁଭେଚ୍ଛା ମିଳିଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/gjqgjyvkys-1515744263.jpg)