ଅବସର ଗ୍ରହଣ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ : ଆଜି ନୂଆ ସିଜେଆଇ ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ୍ ଏନଭି ରମଣା

Advertisment
ଅବସର ଗ୍ରହଣ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ : ଆଜି ନୂଆ ସିଜେଆଇ ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ୍ ଏନଭି ରମଣା

କନକ ବ୍ୟୁରୋ : ପ୍ରଧାନ ବିଚାରପତି ଏସ୍‌ଏ ବୋବଡ଼େ ଅବସର ନେଇଛନ୍ତି । ବିଚାରପତି ଭାବେ ଦୀର୍ଘ ୨୨ ବର୍ଷ ସେବା ଦେବାପରେ ଗତକାଲି ସେ ଅବସର ଗ୍ରହଣ କରିଛନ୍ତି । ପ୍ରଥା ଅନୁଯାୟୀ ଶେଷ କାର୍ଯ୍ୟ ଦିବସରେ ସେ ତାଙ୍କ ଉତ୍ତରାଧିକାରୀ ଜଷ୍ଟିସ୍‌ ଏନ୍‌ଭି ରମଣାଙ୍କ ସହ ଏକ ଖଣ୍ଡପୀଠରେ ସାମିଲ ଥିଲେ । ଜଷ୍ଟିସ୍‌ ଏନ୍‌ଭି ରମଣା ଆଜି ପ୍ରଧାନ ବିଚାରପତି ଭାବେ ଶପଥ ନେବେ। ବୋବଡ଼େଙ୍କ ପାଇଁ ସୁପ୍ରିମ୍‌ କୋର୍ଟରେ ଶୁକ୍ରବାର ଏକ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ ହୋଇଥିଲା । ବୋବଡ଼େ ବିଦାୟୀ ଭାଷଣରେ କହିଥିଲେ ଯେ ଖୁସି, ସଦିଚ୍ଛା ଏବଂ ମଧୁର ସ୍ମୃତି ସହ ସେ ସୁପ୍ରିମକୋର୍ଟ ଛାଡ଼ୁଛନ୍ତି ଏବଂ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ସମ୍ପାଦନରେ ସନ୍ତୁଷ୍ଟ ଅଛନ୍ତି ।

ଜଷ୍ଟିସ୍‌ ବୋବଡ଼େ ସୁପ୍ରିମ୍‌ କୋର୍ଟରେ ତାଙ୍କ କାର୍ଯ୍ୟକାଳ ସମୟରେ ଐତିହାସିକ ଅଯୋଧ୍ୟା ରାୟ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ଶୁଣାଇଛନ୍ତି । ୨୦୧୯‌ ନଭେମ୍ବରରେ ସେ ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିବା ବେଳେ ଗତକାଲି ଅବସର ନେଇଛନ୍ତି । ତାଙ୍କ ପାଖରେ ଥିବା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ସେ ଜଷ୍ଟିସ୍‌ ଏନ୍‌ଭି ରମଣାଙ୍କୁ ହସ୍ତାନ୍ତର କରିଛନ୍ତି ଏବଂ ସେ ସଠିକ୍‌ ଭାବେ ନେତୃତ୍ବ ନେଇପାରିବେ ବୋଲି ବୋବଡ଼େ କହିଛନ୍ତି। ଏଟର୍ଣ୍ଣି ଜେନେରାଲ୍‌ କେକେ ବେଣୁଗୋପାଳ ଏହି ଅବସରରେ କହିଥିଲେ, ମାର୍ଚ୍ଚ ୨୦୨୦ରେ ବିଶ୍ବ କରୋନା ମହାମାରୀ ସହ ଲଢ଼ିଲା । ସଂକ୍ରମଣ ବଢ଼ିବାରୁ କୋର୍ଟ ବନ୍ଦ ହୋଇଯିବ ବୋଲି ଚିନ୍ତା ହୋଇଥିଲା । କିନ୍ତୁ ସିଜେଆଇ ବୋବଡ଼େ ଭର୍ଚୁଆଲ୍‌ ଶୁଣାଣି ଆରମ୍ଭ କରିଥିଲେ ଏବଂ ଏଥିଯୋଗୁଁ ୫୦ ହଜାରରୁ ଅଧିକ ମାମଲାର ଫଏସଲା ହୋଇପାରିଛି । ଏହା ଏକ ବଡ଼ ସଫଳତା ବୋଲି ସେ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe