ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ହେଲେ ଦେଶର ପ୍ରଥମ ଲୋକପାଳ । ନିଯୁକ୍ତି ନେଇ ରାଷ୍ଟ୍ରପତି କଲେ ଅନୁମୋଦନ ।

ଦେଶର ପ୍ରଥମ ଲୋକପାଳ ଭାବରେ ପିନାକୀ ଚନ୍ଦ୍ର ଘୋଷଙ୍କୁ ମଙ୍ଗଳବାର ନିଯୁକ୍ତ କରାଯାଇଛି।

166

କନକ ବ୍ୟୁରୋ: ଦେଶର ପ୍ରଥମ ଲୋକପାଳ ଭାବରେ ପିନାକୀ ଚନ୍ଦ୍ର ଘୋଷଙ୍କୁ ମଙ୍ଗଳବାର ନିଯୁକ୍ତ କରାଯାଇଛି । ରାଷ୍ଟ୍ରପତି ଲୋକପାଳ ନିଯୁକ୍ତି ଉପରେ ମୋହର ମାରିଛନ୍ତି । ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷଙ୍କ ସମେତ ଅନ୍ୟ ୮ ଜଣଙ୍କୁ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି । ଏହି ୮ ଜଣଙ୍କ ମଧ୍ୟରୁ ୪ ଜଣ ଜୁଡ଼ିସିଆଲ ଓ ଅନ୍ୟ ୪ ଜଣ ନନ୍ ଜୁଡିସିଆଲ ସଦସ୍ୟ ଅଛନ୍ତି ।

ଜଷ୍ଟିସ୍ ଦିଲୀପ ବି. ଭୋଁସଲେ, ଜଷ୍ଟିସ୍ ପ୍ରଦୀପ ମହାନ୍ତି, ଜଷ୍ଟିସ୍ ଅଭିଳାଷା କୁମାରୀ ଓ ଜଷ୍ଟିସ୍ ଏକେ ତ୍ରିପାଠୀ, ଦିନେଶ କୁମାର ଜୈନ, ଅର୍ଚ୍ଚନା ରାମାସୁନ୍ଦରମ, ଦିନେଶ କୁମାର ଜୈନ, ମହେନ୍ଦ୍ର ସିଂ ଓ ଡ. ଇନ୍ଦ୍ରଜିତ ପ୍ରସାଦ ଗୌତମଙ୍କୁ ୮ ଜଣିଆ ସଦସ୍ୟ ଟିମରେ ସାମିଲ କରାଯାଇଛି ।

ସୂଚନାଯୋଗ୍ୟ, ୨୦୧୭ ମସିହା ମେ ମାସରୁ ଅବସର ଗ୍ରହଣ କରିଥିବା ଜଷ୍ଟିସ୍ ଘୋଷ ବର୍ତ୍ତମାନ ନେସନାଲ୍ ହ୍ୟୁମାନ ରାଇଟସ କମିସନ(ଏନଏଚଆରସି)ର ସଦସ୍ୟ ଅଛନ୍ତି । ମାର୍ଚ ୭ ତାରିଖରେ ସୁପ୍ରିମ୍ କୋର୍ଟ ମୋଦି ସରକାରଙ୍କୁ ୧୦ ଦିନ ଭିତରେ ଲୋକପାଳ ନିର୍ବାଚନ ପାଇଁ କମିଟି ଗଠନ କରିବାର ସାମ୍ଭବ୍ୟ ତାରିଖ କହିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ଘୋଷଙ୍କୁ ନିଯୁକ୍ତି ମିଳିବା ସହ ଲୋକପାଳ ନିଯକ୍ତିରେ ଅନ୍ୟ ୮ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି ।