ଜଷ୍ଟିସ ପିସି ଘୋଷ ହେବେ ଦେଶର ପ୍ରଥମ ଲୋକପାଳ : ଲୋକପାଳ ଚୟନ କମିଟି ବୈଠକରେ ଘୋଷଙ୍କ ନାଁକୁ ନେଇ ସହମତି, ଆଜି ଆସିପାରେ ବିଜ୍ଞପ୍ତି

Advertisment
ଜଷ୍ଟିସ ପିସି ଘୋଷ ହେବେ ଦେଶର ପ୍ରଥମ ଲୋକପାଳ : ଲୋକପାଳ ଚୟନ କମିଟି ବୈଠକରେ ଘୋଷଙ୍କ ନାଁକୁ ନେଇ ସହମତି, ଆଜି ଆସିପାରେ ବିଜ୍ଞପ୍ତି

source : Punjab Kesari

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବେ ନିଯୁକ୍ତ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଲୋକପାଳ ଚୟନ କମିଟି ବୈଠକରେ ଘୋଷଙ୍କ ନାମକୁ ନେଇ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି। ବୈଠକରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇ, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ସଦସ୍ୟମାନେ ଜଷ୍ଟିସ୍ ଘୋଷଙ୍କ ନାମ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ।

ତେବେ ତାଙ୍କର ନିଯୁକ୍ତି ସମ୍ପର୍କରେ କୌଣସି ସରକାରୀ ଘୋଷଣା ହୋଇନଥିଲେ ମଧ୍ୟ ଖୁବ୍ ଶୀଘ୍ର ଏ ବାବଦରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଅପରପକ୍ଷେ, ଲୋକପାଳ ଚୟନ କମିଟି ବୈଠକକୁ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ବର୍ଜନ କରିଥିବାରୁ ଘୋଷଙ୍କ ନିଯୁକ୍ତିକୁ କଂଗ୍ରେସ ବିରୋଧ କରିବ ବୋଲି ଚର୍ଚ୍ଚା ହେଉଛି। ତେବେ ନୂତନ ଲୋକପାଳ ଚୟନ ଚୂଡ଼ାନ୍ତ ହୋଇଥିବାରୁ ସମାଜସେବୀ ଆନ୍ନା ହଜାରେ ଏହାକୁ ସ୍ୱାଗତ କରିଛନ୍ତି। ଦେଶକୁ ଏବେ ପ୍ରଥମ ଲୋକପାଳ ମିଳିବ ଏବଂ ଭାରତବାସୀଙ୍କ ପାଇଁ ଏହା ଖୁସିର ବିଷୟ ବୋଲି ଆନ୍ନା କହିଛନ୍ତି। ଦୀର୍ଘ ୪୮ ବର୍ଷ ଧରି ଏଥିପାଇଁ ଆନ୍ଦୋଳନ ଚାଲିଥିଲା ଏବଂ ଏହାର ସୁଫଳ ଏବେ ମିଳିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe