ଆଞ୍ଚଳିକ ଦଳକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ଟିପ୍ପଣି । କୋର୍ଟ କହିଲେ, ଅଧିକାଂଶ ଆଂଚଳିକ ଦଳ ପରିବାର କେନ୍ଦ୍ରିତ । ଜଣଙ୍କ ବ୍ୟତୀତ ଦଳରେ ଅନ୍ୟ କାହାର ନଥାଏ ସାଧୀନତା

353

କନକ ବ୍ୟୁରୋ : ଆଞ୍ଚଳିକ ଦଳଗୁଡିକୁ ନେଇ ବଡ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକାଂଶ ଆଂଚଳିକ ରାଜନୈତିକ ଦଳ ପରିବାର କେନ୍ଦ୍ରିତ । କେବଳ ଜଣେ ବ୍ୟକ୍ତିଙ୍କ ବ୍ୟତୀତ ଆଂଚଳିକ ଦଳଗୁଡିକରେ ଅନ୍ୟ କାହାର ସ୍ୱାଧୀନତା ନଥାଏ । ଅଧିକାଂଶ କ୍ଷେତ୍ରରେ ଏକ ପରିବାର ଆଂଚଳିତ ଦଳ ଚଳାଇଥାନ୍ତି । ଏଥିରେ ଅନ୍ୟ କାହା ପାଇଁ ସୁଯୋଗ ନଥାଏ । ଯେତେ ଦକ୍ଷତା ସମ୍ପନ୍ନ ନେତା ହୋଇଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳିନଥାଏ । ଏଥିରେ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ ନାହିଁ ଏବଂ ଏଥିରେ ପରବର୍ତନ ଅସମ୍ଭବ । ମହାରାଷ୍ଟ୍ରର ରାଜନୈତିକ ଦଳ ଶିବସେନାର ପ୍ରକୃତ ଉତରାଧିକାରୀ ନେଇ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ବିବାଦର ଶୁଣାଣି ବେଳେ ଆଂଚଳିକ ଦଳକୁ ନେଇ ଏଭଳି କିଛି କହିଛନ୍ତି ଜଷ୍ଟିସ୍ ପି.ଏସ୍. ନରସିମା । ଏହି ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠରେ ଜଷ୍ଟିସ୍ ନରସିମା ଜଣେ ବିଚାରପତି ଅଛନ୍ତି । ସେପଟେ ଏକନାଥ ସିନ୍ଦେଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିବା, ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତିିକୁ ନେଇ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ସମାଲୋଚନା କରିଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି, ଯଦି କିଛି ବିଧାୟକ ଶାସକ ଦଳରୁ ଅଲଗା ହୋଇ ସରକାର ଗଠନ କରିବାକୁ ଦାବି କରନ୍ତି, ତାହା ଗ୍ରହଣଯୋଗ୍ୟ ନୁହେଁ । ସେମାନଙ୍କୁ ଏକ ରାଜନୈତିକ ଦଳ ଭାବେ ଗ୍ରହଣ କରାଯାଇପାରିବ ନାହିଁ । ସରକାର ଗଠନ ପାଇଁ ସେମାନଙ୍କର କୌଣସି ସାମ୍ବିଧାନିକ ଅଧିକାର ନଥାଏ । ବିଧାନସଭାରେ ବିଧାୟକମାନଙ୍କୁ ଏକ ଗ୍ରୁପ ନୁହେଁ ବ୍ୟକ୍ତିଗତ ଭାବେ ଗଣାଯାଇଥାଏ । ବିଧାନସଭାରେ କୌଣସି ଗ୍ରୁପ୍ ନଥାଏ । ସରକାର କେବଳ ମେଂଟ କରି ଗଠନ କରାଯାଇଥାଏ ବୋଲି କହିଛନ୍ତି ପ୍ରଧାନ ବିଚାରପତି ।