ଜଷ୍ଟିସ ଏନ.ଭି ରମନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । କଲେଜିୟମ ସୁପାରିଶକୁ ମୋହର ମାରିଲେ ରାଷ୍ଟ୍ରପତି, ଏପ୍ରିଲ ୨୪ରେ ନେବେ ଦାୟିତ୍ୱ । 

110

କନକ ବ୍ୟୁରୋ : ଜଷ୍ଟିସ ଏନ.ଭି ରମନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି । କଲେଜିୟମ ସୁପାରିଶକୁ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ଏପ୍ରିଲ ୨୪ରେ ଦାୟିତ୍ୱ ନେବେ ଜଷ୍ଟିସ ଏନ୍.ଭି ରମନା । ୨୬ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ରମନା ।  ଏପ୍ରିଲ ୨୩ରେ ଅବସର ନେବେ ସିଜେଆଇ ଏସ.ଏ ବୋବଡେ

୨୭ ଅଗଷ୍ଟ ୧୯୫୭ରେ ଆନ୍ଧ୍ରପ୍ରଦେଶର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ରମନା । ଆନ୍ଧ୍ର ଓ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ରହିଥିବା ରମନା ରାଜ୍ୟର ଦ୍ୱିତୀୟ ବ୍ୟକ୍ତି ଭାବେ ଏହି ସମ୍ମାନଜନକ ପଦବୀରେ ବସିବାକୁ ଯାଉଛନ୍ତି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାୟ ଦେଇଥିବା ରମନା ସିଜେଆଇ ଏସ.ଏ ବୋବଡେଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିବେ ।