ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ଫାଶୀ ଖୁଣ୍ଟରେ ଝୁଲିଲେ ୪ ନରହନ୍ତା, ତିହାର ଜେଲରେ ଦୋଷୀଙ୍କୁ ସକାଳ ୫ଟା ୩୦ରେ ଦିଆଗଲା ଫାଶୀ ।

1,330

କନକ ବ୍ୟୁରୋ : ନିର୍ଭୟାଙ୍କୁ ମିଳିଲା ନ୍ୟାୟ । ନିଜ ଘୃଣ୍ୟ କର୍ମ ପାଇଁ ଦଣ୍ଡ ପାଇଲେ ଦୋଷୀ । ଅପେକ୍ଷାର ଘଟିଲା ଅବସାନ । ନିର୍ଭୟା ଦୋଷୀଙ୍କୁ ମିଳିଲା ଫାଶୀ । ଫାଶୀ ଖୁଣ୍ଟରେ ଝୁଲିଲେ ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ନିର୍ଭୟାର ଏହି ଦୋଷୀମାନଙ୍କୁ ତିହାର ଜେଲର ଫାଶୀଖୁଂଟରେ ଝୁଲାଯାଇଛିି । ସକାଳ ୫ଟା ୩୦ ମିନିଟରେ ୪ ଅଭିଯୁକ୍ତ ଫାଶୀରେ ଝୁଲିଛନ୍ତି ।

ମିରଟରୁ ଆସିଥିବା ଜହ୍ଲାଦ ପବନ ମଣିଷରୂପୀ ୪ ନରରାକ୍ଷସଙ୍କୁ ଫାଶୀ ଦେଇଛନ୍ତି । ୨୦୧୨ ଡିସେମ୍ବର ୧୬ ତାରିଖରେ ନିର୍ଭୟାକାଣ୍ଡ ଘଟିଥିବା ବେଳେ ୭ ବର୍ଷ ୩ ମାସ ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ନିର୍ଭୟାକାଣ୍ଡର ସୈତାନମାନେ ସାଢ଼େ ୫ଟା ବେଳେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି । ଫାଶୀ ପରେ ମେଡିକାଲ ଅଫିସର ଫାଶୀ ଖୁଂଟ ପାଖକୁ ଯାଇ ଯାଂଚ କରିଛନ୍ତିି । ଏହାପରେ ସେମାନଙ୍କୁ ମୃତ ଘୋଷଣା କରାଯାଇଛି । କିଛି ସମୟ ପରେ ମୃତଦେହ ଗୁଡ଼ିକର ବ୍ୟବଚ୍ଛେଦ କରାଯିବ ।