ବିଶ୍ୱକପ ମ୍ୟାଚ୍ ମଝିରେ ପୁଣି ଷ୍ଟାଡିୟମ ଉପରେ ଉଡିଲା ଉଡାଜାହାଜ । କାଶ୍ମୀର ନାରା ଥିବା ବ୍ୟାନର ଦେଖି ତାଜୁବ ହୋଇଗଲେ କ୍ରିକେଟପ୍ରେମୀ ।

605

ଭାରତ-ଶ୍ରୀଲଙ୍କା ମଧ୍ୟରେ ଲିଡସ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳାଯାଉଥିବା ବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଷ୍ଟାଡିୟମ ଉପରେ ଏକ ଉଡାଜାହାଜ ଉଡୁଥିବା ବେଳେ ସେଥିରେ ଏକ ବ୍ୟାନର ଝୁଲୁଥିବାର ଦେଖିବାକୁ ମିଳିଥିଲା । ଆଉ ଏହି ବ୍ୟାନରରେ ‘କାଶ୍ମୀର ପାଇଁ ନ୍ୟାୟ’ ଲେଖାଯାଇଥିଲା । ଚଳିତ ବିଶ୍ୱକପରେ ମ୍ୟାଚ୍ ମଝିରେ ବାରମ୍ବାର ଏଭଳି ରାଜନୈତିକ ବ୍ୟାନର ଉଡୁଥିବାର ଦେଖିବାକୁ ମିଳିଛି ।

ଏହାପୂର୍ବରୁ ୨୯ ଜୁନରେ ପାକିସ୍ତାନ ଓ ଆଫଗାନିସ୍ତାନ ମ୍ୟାଚ୍ ମଝିରେ ମଧ୍ୟ ଷ୍ଟାଡିୟମ ଉପରେ ଏଭଳି ଏକ ଉଡାଜାହାଜ ଦେଖିବାକୁ ମିଳିଥିଲା । ଯେଉଁଥିରେ ବେଲୁଚିସ୍ତାନକୁ ନ୍ୟାୟ ଦରକାର ବୋଲି ଏକ ବ୍ୟାନର ଉଡୁଥିବାର ଦେଖିବାକୁ ମିଳିଥିଲା ।

ସେତେବେଳେ ଏହି ମାମଲାକୁ ନେଇ ଆଇସିସି କହିଥିଲା, ବିଶ୍ୱକପ ମ୍ୟାଚ୍ ସମୟରେ କୌଣସି ରାଜନୈତିକ ସନ୍ଦେଶକୁ ଅଣଦେଖା କରାଯାଇପାରିବ ନାହିଁ । ଏବେ ଏହାର ଯାଞ୍ଚ କରାଯାଉଛି । ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ଦୃ୍ଷ୍ଟି ଦିଆଯିବ ବୋଲି କହିଥିଲା ଆଇସିସି । କିନ୍ତୁ ଏହାପରେ ମଧ୍ୟ ଲିଡସରେ ଏଭଳି ଘଟଣା ଘଟିବା ପରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।