ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଖାରଜ ମାମଲା : ଆଜି ଶୁଣାଣି କରିବେ ୫ ଜଣିଆ ସାମ୍ବିଧାନିକ ପୀଠ

43

କନକ ବ୍ୟୁରୋ : ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ନୋଟିସ ନେଇ ଆଜି ହେବ ଶୁଣାଣି । ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ପୀଠ ଏହି ଶୁଣାଣି କରିବେ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦିପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ନୋଟିସକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଖାରଜ କରିଦେଇଥିଲେ । ଏହା ବିରୋଧରେ କଂଗ୍ରେସର ଦୁଇଜଣ ସାଂସଦ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ । । ଜଷ୍ଟିସ ଏ.କେ.ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ବରିଷ୍ଠତା ଭିତ୍ତିିରେ ସିକ୍ରିଙ୍କ ସ୍ଥାନ ଷଷ୍ଠ ସ୍ଥାନରେ ରହିଛି ।

ତେବେ ପ୍ରଧାନ ବିଚାପରପତିଙ୍କ ପଛକୁ ଥିବା ୪ ଜଣ ବରିଷ୍ଠ ବିଚାରପତିଙ୍କୁ ଏହି ବେଂଚରେ ସାମିଲ କରାଯାଇନାହିଁ । ଏହି ୪ ଜଣ ବିଚାରପତି ଜାନୁଆରୀ ୧୨ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତିଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ସେତେବେଳେ ଏହା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା । ଗତକାଲି ପିଟିସନ ଦାଖଲ ହେବା ପରେ ସନ୍ଧ୍ୟାରେ ୫ ଜଣିଆ ବେଂଚ ଗଠନ କରିଥିଲେ ପ୍ରଧାନ ବିଚାରପତି । କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଗୁଡିକ ପକ୍ଷରୁ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆଗତ ମହାଅଭିଯୋଗ ନୋଟିସକୁ ଉପରାଷ୍ଟ୍ରପତି ଖାରଜ କରିଦେଇଥିଲେ । ଏହାକୁ ନେଇ ବିବାଦ ଦେଖାଦେଇଥିଲା ।