କନକ ବ୍ୟୁରୋ: ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । ନଭେମ୍ବର ୯ ତାରିଖରେ ସେ ଦାୟିତ୍ୱ ସମ୍ଭାଳିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ ସ୍ଥାନ ନେବେ ଚନ୍ଦ୍ରଚୂଡ । ଲଳିକ ସବୁଠାରୁ କମ ଦିନ ମାତ୍ର ୭୪ ଦିନ ପାଇଁ ଦେଶର ପ୍ରଧାନ ବିଚାରପତି ଦାୟିତ୍ୱରେ ଥିଲେ । ଚନ୍ଦ୍ରଚୂଡ ଦେଶର ବିଭିନ୍ନ ସାମ୍ବିଧାନିକ ଖଣ୍ଡପୀଠରେ ରହିବା ସହ କିିଛି ପ୍ରମୁଖ ରାୟ ଦେଇଥିବା ବିଚାରପତି ପ୍ୟାନେଲରେ ସାମିଲ ଅଛନ୍ତି । ଐତିହାସିକ ଅଯୋଧ୍ୟା ମାମଲା ଶୁଣାଣି ପାଇଁ ଗଠିତ ଖଣ୍ଡପୀଠରେ ସେ ସାମିଲ ଥିଲେ । ଦେଶର ୫୦ ତମ ପ୍ରଧାନବିଚାରପତି ହେବେ ଚନ୍ଦ୍ରଚୂଡ । ଦୁଇବର୍ଷ ପାଇଁ ସେ ଏହି ଦାୟିତ୍ୱରେ ରହିବେ । ୨୦୨୪ ନଭେମ୍ବର ୧୦ ଯାଏଁ ସେ ଏହି ଦାୟିତ୍ୱରେ ରହିବେ ।
ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । ନଭେମ୍ବର ୯ ତାରିଖରେ ନେବେ ଦାୟିତ୍ୱ
/kanak/media/post_attachments/wp-content/uploads/2022/10/29-5.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)