ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ରାଜ୍ୟପାଳ ରଘୁବର ଦାସ କରାଇବେ ଶପଥ ପାଠ ।

118

କନକ ବ୍ୟୁରୋ: ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହ । ଦିନ ୧୦ଟାରେ ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଆଜି ଶପଥ ପାଠ କରାଇବେ । ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ପାଟନା ହାଇକୋର୍ଟର ବିଚାରପତି ଦାୟିତ୍ୱ ତୁଳାଇବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହଙ୍କୁ ନିଯୁକ୍ତି ମିଳିଛି । ସୁପ୍ରିମକୋର୍ଟ କଲେଜିଏମଙ୍କ ସୁପାରିସ ପରେ ଓଡିଶା ହାଇକୋର୍ଟରେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହ ନିଯୁକ୍ତି ମିଳିଛି । ବର୍ତମାନ ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱରେ ଅଛନ୍ତି ।