ଓଡିଶାର ଲୋକାୟୁକ୍ତ ଅଧ୍ୟକ୍ଷ ନିଯୁକ୍ତ । ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ଗୌହାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ମିଳିଲା ନିଯୁକ୍ତି ।

119

କନକ ବ୍ୟୁରୋ : ଓଡିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ ଅଜିତ ସିଂ । ରାଜ୍ୟପାଳ ଲୋକାୟୁକ୍ତ ନିଯୁକ୍ତି ଉପରେ ମୋହର ମାରିବା ପରେ ଜଷ୍ଟିସ ଅଜିତ ସିଂଙ୍କୁ ଅଧ୍ୟକ୍ଷ ଭାବେ ମିଳିଛି ନିଯୁକ୍ତି । ଏହା ସହିତ ଓଡିଶାରେ ଲୋକାୟୁକ୍ତ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ଚର୍ଚ୍ଚାର ଅବସାନ ହୋଇଛି । ଓଡିଶା ଲୋକାୟୁକ୍ତ ଆଇନ ୨୦୧୫ କାର୍ଯ୍ୟକ୍ଷମ ହେବା ପରେ ପ୍ରଥମ ଲୋକାୟୁକ୍ତ ଭାବେ ଜଷ୍ଟିସ ଅଜିତ ସିଂଙ୍କୁ ଲୋକାୟୁକ୍ତ ଅଧ୍ୟକ୍ଷ ନିଯୁକ୍ତି ମିଳିଛି ।

ଲୋକାୟୁକ୍ତ ଚୟନ କମିଟି ଜଷ୍ଟିସ ଅଜିତ ସିଂଙ୍କ ନାମକୁ ରାଜ୍ୟପାଳଙ୍କ ଗଣେଶୀ ଲାଲଙ୍କ ନିକଟକୁ ସୁପାରିଶ କରିବା ପରେ, ରାଜ୍ୟପାଳ ଏହାକୁ ଅନୁମୋଦନ ଦେଇଥିଲେ । ଗୌହାଟି ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଥିଲେ ଜଷ୍ଟିସ ଅଜିତ ସିଂ । ସେହିପରି ମଧ୍ୟପ୍ରଦେଶ ହାଇକୋର୍ଟର ଅତିରିକ୍ତ ମୁଖ୍ୟ ବିଚାରପତି ଦାୟିତ୍ୱ ମଧ୍ୟ ସେ ତୁଲାଇଥିଲେ ।