କେବଳ କରୋନା ରୋଗୀଙ୍କ ଖୁସି ପାଇଁ…ରୋଗୀଙ୍କୁ ମାନସିକ ଭାବେ ସୁସ୍ଥ ରଖିବାକୁ ନିଆରା ପ୍ରୟାସ ।

129

କନକ ବ୍ୟୁରୋ: ନୟାଗଡ଼ ଅଞ୍ଚଳର ଜଣେ କୋଭିଡ ରୋଗୀ ଗତ ୮ ଦିନ ହେଲା ଖଣ୍ଡପଡା କୋଭିଡ କେୟାର ସେଣ୍ଟରରେ ଚିକିତ୍ସାଧୀନ ଥିବା ବେଳେ ଧୀରେ ଧୀରେ ସୁସ୍ଥ ହେଉଥିଲେ । ଆଜି ତାଙ୍କର ଜନ୍ମଦିନ ଥିବାରୁ ମନଦୁଃଖରେ ବସିଥିଲେ । ଏ କଥା ଜାଣିପାରି ହସ୍ପିଟାଲ କର୍ମଚାରୀ ଡାକ୍ତରଖାନା ପରିସରରେ କେକ କାଟି ସଂପୃକ୍ତ ରୋଗୀଙ୍କ ଜନ୍ମ ଦିନ ପାଳନ କରିଥିଲେ ।

ଅନ୍ୟପଟେ ଡାକ୍ତରଖାନା ପରିସରରେ ଆଜି କୋଭିଡ଼ ଯୋଦ୍ଧାମାନେ ବୃକ୍ଷରୋପଣ କରିଥିଲାବେଳେ ନିଜେ କଲେକ୍ଟର ଗଛ ଲଗାଇବାରେ ସାମିଲ ହୋଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ସମାନ ଦିନରେ ଖଣ୍ଡପଡା କୋଭିଡ କେୟାର ସେଣ୍ଟରର ଆଉ ଗୋଟିଏ ଦୃଶ୍ୟ ସମସ୍ତଙ୍କୁ ଭାବ ବିହ୍ଵଳ କରିଥିଲା । ସୁସ୍ଥ ହୋଇ ଘରକୁ ଫେରିବାବେଳେ ମେଡିକାଲ କର୍ମଚାରୀଙ୍କ ସେବା ସମ୍ବନ୍ଧରେ ମତବ୍ୟକ୍ତ କରି କାନ୍ଦିପକାଇଥିଲେ ୨ ଜଣ । ନୟାଗଡ଼ ଅଂଚଳର ଜଣେ ରୋଗୀ ସେବାର ମାନ ନେଇ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଦଶପଲ୍ଲା ଅଂଚଳର ଜଣେ ସାମ୍ବାଦିକ କୃତଜ୍ଞତା ଜଣାଇ କାନ୍ଦିପକାଇଥିଲେ ।