କନକ ବ୍ୟୁରୋ: ମହାକାଶରେ ଠାବ ହେଲା ସବୁଠୁ ବଡ ଗ୍ରହ । ସୌରମଣ୍ଡଳ ବାହାରେ ଏମିତି ଏକ ଗ୍ରହର ସନ୍ଧାନ ମିଳିଛି, ଯାହା ଆମ ସୌରମଣ୍ଡଳରେ ଥିବା ସବୁଠୁ ବଡ ଗ୍ରହ ବୃହସ୍ପତିଠାରୁ ବି ଅଧିକ ବଡ । ଓଜନର ତୁଳନାରେ ଏହାର ଓଜନ ବୃହସ୍ପତିଠାରୁ ୧୩ ଗୁଣ ଅଧିକ ଭାରି ହୋଇଥିବାବେଳେ, ଏହାର ନାମ ରହିଛି TOI-4603b ।
ବୃହସ୍ପତିଠାରୁ ୧୩ ଗୁଣ ଅଧିକ ଓଜନ ଏହି ଗ୍ରହର ଘନତ୍ୱ ମଧ୍ୟ ପୃଥିବୀଠାରୁ ତିନି ଗୁଣ ଅଧିକ । ଅର୍ଥାତ ବୃହସ୍ପତିର ଘନତ୍ୱ ଠାରୁ ଏହି ଗ୍ରହର ଘନତ୍ୱ ୯ ଗୁଣ ଅଧିକ ଅଟେ । ଖାସ୍ କଥା ହେଉଛି, ପୃଥିବୀ ନିଜ ସୂର୍ଯ୍ୟର ଚାରିପଟେ ଥରେ ପରିକ୍ରମା କରିବାକୁ ୩୬୫ ଦିନ ନେଉଥିବାବେଳେ, ଏହି ଗ୍ରହଟି କେବଳ ୭.୨୫ ଦିନରେ ନିଜ ସୂର୍ଯ୍ୟର ପରିକ୍ରମା କରୁଛି । ଅର୍ଥାତ ଏହି ଗ୍ରହରେ କେବଳ ୭ ଦିନରେ ହିଁ ଗୋଟିଏ ବର୍ଷ ପୂରଣ ହେଉଛି ।
ମହାକାଶରେ ଏହି ଗ୍ରହର ଠାବ କରିଛନ୍ତି ଜଣେ ଭାରତୀୟ । ବୈଜ୍ଞାନିକ ଆକାଂକ୍ଷା ଖଣ୍ଡେଲବାଲ ଏହି ଗ୍ରହର ଠାବ କରିଛନ୍ତି । ତେବେ ତାଙ୍କ କହିବା ମୁତାବକ, ମହାକାଶରେ ଠାବ ହୋଇଥିବା ଗ୍ରହ ଭିତରେ ଏହି ଗ୍ରହ ହେଉଛି ସବୁଠୁ ବଡ ଓ ସବୁଠୁ ଅଧିକ ଘନତ୍ୱ ଥିବା ଗ୍ରହ । ବୈଜ୍ଞାନିକ ଆକାଂକ୍ଷା ଖଣ୍ଡେଲବାଲ କହିଛନ୍ତି, ଏହି ଗ୍ରହର ଓଜନ ବୃହସ୍ପତିଠାରୁ ୧୩ ଗୁଣ ଅଧିକ । ଏଭଳି ଓଜନିଆ ଗ୍ରହକୁ ଡ୍ୱାର୍ଫ ଶ୍ରେଣୀର ଗ୍ରହ କୁହାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/03/32-19.jpg)