କନକ ବ୍ୟୁରୋ : ମହାକାଶରେ ଖାଲି ଆଖିରେ ଦେଖିବାକୁ ମିଳିଲା ମହାଜାଗତିକ ଦୃଶ୍ୟ । ଚନ୍ଦ୍ର ଉପରେ ଶୁକ୍ର ଓ ବୃହସ୍ପତି ଗ୍ରହ ଦେଖିବାକୁ ମିଳିଥିଲା । ଆସନ୍ତାକାଲି ପର୍ଯ୍ୟନ୍ତ ସଂଧ୍ୟାରେ ଗ୍ରହ ଦୁଇଟି ପାଖାପାଖି ହୋଇ ଖୁବ୍ ନିକଟରେ ଦୃଶ୍ୟମାନ ହେବେ । ଗତକାଲି ସଂଧ୍ୟା ୬ଟା ୧୫ରୁ ୭ଟା ମଧ୍ୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୁଇ ଗ୍ରହଙ୍କ ମଧ୍ୟରେ ଦୂରତା ୫ ଡିଗ୍ରୀ ରହିଥିଲା । ଆଜି ୨ ଦଶମିକ ୫ ଡିଗ୍ରୀ ଓ ଆସନ୍ତାକାଲି ଶୂନ ଦଶମିକ ୫ ଡିଗ୍ରୀ ହୋଇଯିବ ବୋଲି ଜଣାପଡ଼ିଛି ।

Advertisment

ମାର୍ଚ୍ଚ ୨ ତାରିଖ ବେଳକୁ ଏହା ସଂପୂର୍ଣ୍ଣ ପାଖାପାଖି ଦେଖାଯିବ । ଏବେ ଶୁକ୍ର ଉପରେ ବୃହସ୍ପତି ଥିବା ବେଳେ ଆସନ୍ତାକାଲି ବେଳକୁ ବୃହସ୍ପତି ଉପରେ ଶୁକ୍ର ରହିବ ବୋଲି ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତି ଅଢେଇରୁ ତିନି ବର୍ଷ ମଧ୍ୟରେ ଏଭଳି ମହାଜାଗତିକ ଦୃଶ୍ୟ ଦେଖାଦେଇଥାଏ । ଏହି ଗ୍ରହ ଦ୍ୱୟ ସମାନ୍ତରାଳ ଭାବେ ଥିବାରୁ ଖାଲି ଆଖିରେ ଦେଖାଯାଇପାରୁଛି । ହେଲେ ମହାକାଶରେ ଉଭୟଙ୍କ ମଧ୍ୟରେ ଦୂରତା ୫୦ କୋଟି କିଲୋମିଟର ।