କନକ ବ୍ୟୁରୋ : କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ବିଧାନସଭା ଘେରାଉ । ଖାଲି ଥିବା ଶିକ୍ଷକ ପଦବୀ ପୁରଣ ପାଇଁ ଦାବି କରିଛି ସଂଘ । ରାଜ୍ୟରେ ଅନେକ ସ୍କୁଲ ଗୁଡ଼ିକରେ ଜୁନିଅର ଟିଚର ପଦବୀ ଖାଲି ପଡ଼ିଛି । ତେଣୁ ଏହି ପଦବୀ ପୁରଣ ପାଇଁ ଦାବି କରିଛି ସଂଘ । ବର୍ଷାରେ ଭିଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଆଶାୟୀ ଶିକ୍ଷକ । ୫ ବର୍ଷ ହେଲା କନିଷ୍ଠ ଶିକ୍ଷକ ନିଯୁକ୍ତି ହୋଇନଥିବା ବେଳେ ହଜାର ହଜାର ପିଲା ବେକାର ବୁଲୁଛନ୍ତି । ତୁରନ୍ତ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି କରି ଦୀର୍ଘ ଦିନ ହେଲା ବିଧାନସଭା ସମ୍ମୁଖରେ ଧାରଣା ଦେଇଥିଲା ସଂଘ । ପ୍ରତିଶ୍ରୁତି ନମିଳିବାରୁ ଆଜି ବିଧାନସଭା ଘେରାଉ କରିବ ସଂଘ ।
କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଆନ୍ଦୋଳନ
/kanak/media/post_attachments/wp-content/uploads/2021/09/32-5.jpg)