ଚର୍ଚ୍ଚାରେ ସାଉଥ୍ ଷ୍ଟାର ଜୁନିଅର୍ ଏନଟିଆର, ଏଥର କାର ନମ୍ବର ପାଇଁ

304

କନକ ବ୍ୟୁରୋ: ସାଉଥ୍ ସୁପରଷ୍ଟାର ଜୁନିଅର୍ ଏନଟିଆର ଫିଲ୍ମ ପାଇଁ ତ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଏଥର କିନ୍ତୁ କାରଣ ଅଲଗା । ଏଥର ତାଙ୍କ କାର ନମ୍ବରକୁ ନେଇ ଚର୍ଚ୍ଚାରେ ଏନଟିଆର । ତାଙ୍କର ବିଳାସପୂର୍ଣ୍ଣ ଲମ୍ବରଗିନି ଉରସ୍ ଗ୍ରାଫାଇଟ୍ କ୍ୟାପସୁଲ କାର ପାଇଁ ସେ ଲାଇମଲାଇଟରେ । ଏହି ଦାମୀ କାରର ମାଲିକ ହେବାରେ ସେ ପ୍ରଥମ ଭାରତୀୟ । ଜୁନିଅର ଏନଟିଆର ଏହି କାର ପାଇଁ ଏକ ସ୍ୱତନ୍ତ୍ର ନମ୍ବର ନେଇଛନ୍ତି ଯାହା ହେଉଛି ୯୯୯୯ । ଏହି ନମ୍ବର ପାଇବାକୁ ସେ ଖର୍ଚ୍ଚ କରିଛନ୍ତି ୧୭ ଲକ୍ଷ ଟଙ୍କା ।

ଭିଆଇପି ନମ୍ବର ପାଇବା ପାଇଁ ସେ ଏତେ ପରିମାଣର ଟଙ୍କା ଦେଇଛନ୍ତି । ତାଙ୍କ ନୂଆ କାର ନମ୍ବର ହେଉଛି ଟିଏସ୦୯-ଏଫଏସ୍ -୯୯୯୯ । ଖୈରାବାଦର ଆରଟିଓ କାର୍ଯ୍ୟାଳୟରେ ଆୟୋଜିତ ନମ୍ବର ନିଲାମ କାର୍ଯ୍ୟକ୍ରମରେ ଏନଟିଆର ଯୋଗ ଦେଇଥିଲେ । ଏହି ସ୍ୱତନ୍ତ୍ର ନମ୍ବର ପାଇଁ ସେ ସର୍ବାଧିକ ନିଲାମ ଡାକିବା ପରେ ତାଙ୍କୁ ହିଁ ଏହି ନମ୍ବରଟି ମିଳିଥିଲା । ଜୁନିଅର ଏନଟିଆରଙ୍କ ଏହି ନମ୍ବର ଏତେ ପସନ୍ଦ ଯେ, ତାଙ୍କର ଏକାଧିକ ଗାଡି ଏହି ନମ୍ବରରେ ଅଛି । ତାଙ୍କ ବିଏମ୍ଡବ୍ଲୁ ୭ ସିରିଜ୍ କାରର ନମ୍ବର ମଧ୍ୟ ୯୯୯୯ ।