ଅଫେରା ରାଇଜରେ ଜୁନିୟର ମେହମୁଦ । ୬୭ ବର୍ଷରେ ଆଖିବୁଜିଲେ ଭେଟେରାନ୍ ହାସ୍ୟ ଅଭିନେତା । 

166

କନକ ବ୍ୟୁରୋ: କ୍ୟାନସର ଲଢ଼େଇରେ ହାରିଗଲେ ଜୁନିୟର ମେହମୁଦ । ୬୭ ବର୍ଷ ବୟସରେ ଆଖି ବୁଜିଛନ୍ତି । କ୍ୟାନସରର ଚତୁର୍ଥ ପର୍ଯ୍ୟାୟରେ ଥିବା ଜୁନିୟର ମେହମୁଦ ୪୦ରୁ ଅଧିକ ଦିନ ବଂଚିପାରିବେ ନାହିଁ ବୋଲି ଡାକ୍ତର କହିଥିଲେ । ଆଉ ଅସୁସ୍ଥତା ଖବର ପାଇବା ପରେ ଭେଟେରାନ୍ ଅଭିନେତା ଜିତେନ୍ଦ୍ର, ତାରକା କମେଡିଆନ୍ ଜନି ଲିଭର ଓ ସଚିନ ପିଲଗାଁଓକର ତାଙ୍କୁ ଭେଟିଥିଲେ । କିନ୍ତୁ ଆଜି ସେ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

୭୦ ଦଶକରେ ନିଜର ଅଭିନୟ ଓ କମେଡି ଦ୍ୱାରା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିଥିଲେ ଜୁନିୟର ମେହମୁଦ । ସେ କାରଭାଁ, ହାଥୀ ମେରେ ସାଥୀ, ମେରା ନାମ ଜୋକର ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ ।