କନକ ବ୍ୟୁରୋ: ଜୁନିୟର ହକି ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଭାରତ। ପୋଲାଣ୍ଡକୁ ୮-୨ ଗୋଲରେ ହରେଇ କ୍ୱାର୍ଟର ଫାଇନାଲରେ ନିଜ ସ୍ଥାନ ପକ୍କା କଲା ଭାରତ। ଭାରତ ତରଫରୁ ସୁଦୀପ ଚିର୍ମାକୋ, ଉପ ଅଧିନାୟକ ସଞ୍ଜୟ ଓ ଅର୍ଜିତ ସିଂ ହୁଣ୍ଡଲ ସର୍ବାଧିକ ଦୁଇଟି ଲେଖାଏଁ ଗୋଲ୍ ସ୍କୋର କରିଥିବା ବେଳେ ଉତ୍ତମ ସିଂ ଓ ସାରଦ ନନ୍ଦ ତିୱାରୀ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ ।
ଅପରପକ୍ଷରେ ପୋଲାଣ୍ଡ କେବଳ ୨ ଟି ଗୋଲ୍ କରିବାରେ ସକ୍ଷମ ହୋଇଥିଲା। ଏହା ସହିତ କ୍ୱାର୍ଟର ଫାଇନାଲ ରେ ନିଜ ସ୍ଥାନ ପକ୍କା କରିଛି ଭାରତ। ଏହା ସହିତ ଓଡ଼ିଆ ପୁଅ ସୁଦୀପ ଚିର୍ମାକୋଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/fggvd.jpg)