କନକ ବ୍ୟୁରୋ: ହକି ଜୁନିଅର୍ ବିଶ୍ଵକପ ପ୍ରଥମ ମ୍ୟାଚରେ ହାରିଲା ଭାରତ । ଡିପେଣ୍ଡିଂ ଚାମ୍ପିୟନ ଭାରତକୁ ୫-୪ ଗୋଲରେ ହରାଇଲା ଫ୍ରାନ୍ସ । ପ୍ରଥମ ୫୦ ସେକେଣ୍ଡରେ ହିଁ ପ୍ରଥମ ଗୋଲ୍ କରି ଭାରତକୁ ବ୍ୟାକଫୁଟକୁ ନେଇ ଯାଇଥିଲା। ଫ୍ରାନ୍ସ ତରଫରୁ ସର୍ବାଧିକ ଅଧିନାୟକ ଟିମୋଥି କ୍ଲିମେଣ୍ଟ ୩ ଟି ଗୋଲ୍ କରିଥିଲେ । ଅପରପକ୍ଷେ ଭାରତ ତରଫରୁ ଏତେ ଖାସ୍ ପ୍ରଦର୍ଶନ ଦେଖିବାକୁ ମିଳି ନଥିଲା।
ପ୍ରଥମ କ୍ୱାଟର ସୁଦ୍ଧା ଉଭୟ ଦଳ ୨-୨ ଥିବା ବେଳେ ଫ୍ରାନ୍ସ ଦ୍ଵିତୀୟ, ତୃତୀୟ ଏବଂ ଚତୁର୍ଥ କ୍ୱାଟରରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ୫-୩ରେ ଆଗୁଆ ରହିଥିଲା। କିନ୍ତୁ ଶେଷ କ୍ୱାଟରର ଶେଷ ୪ ମିନିଟରେ ଖେଳ ରୋମାଞ୍ଚକ ହେଇଥିଲା । ଭାରତ ତରଫରୁ ବ୍ୟାକ ଟୁ ବ୍ୟାକ ୨ଟି ଗୋଲ୍ ଦେଇଥିଲେ ଉପ ଅଧିନାୟକ ସଞ୍ଜୟ । ଏହା ସହିତ ଏହି ମ୍ୟାଚରେ ସଞ୍ଜୟ ଭାରତ ତରଫରୁ ସର୍ବାଧିକ ୩ ଟି ଗୋଲ୍ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/FE-FORMVkAAATDy.jpg)