କନକ ବ୍ୟୁରୋ : ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଜେଇ ଫେରାର । ଜଳଯୋଗାଣ ବିଭାର ଜୁନିଅର ଇଂଜିନିୟର ସୁନିଲ କୁମାର ପାଢୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଚଢଉ ସମୟରେ ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ । ଜାଗମରା ସ୍ଥିତ ବାସଭବନରେ ସକାଳୁ ଭିଜିଲାନ୍ସ ଟିମ୍ ପହଁଚିବା ପରେ ଛାତ ଉପରକୁ ଯାଇ ସେଠାରୁ ପଡୋଶୀ ଘର ଛାତକୁ ଡିଆଁ ମାରିଥିଲେ ସୁନିଲ ପାଢୀ । ଆଉ ସେଠାରୁ କନିଷ୍ଠ ଯନ୍ତ୍ରୀ ଫେରାର ହୋଇ ଯାଇଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।

Advertisment

କନିଷ୍ଠ ଯନ୍ତ୍ରୀଙ୍କ ଭୁବନେଶ୍ୱର ଓ ଗଞ୍ଜାମ ସ୍ଥିତ ୫ଟି ସ୍ଥାନରେ ଏକାକାଳୀନ ଚଢଉ କରୁଛି ଭିଜିଲାନ୍ସ ବିଭାଗ । ଜାଗମରା ସ୍ଥିତି ତିନି ତାଲା ବିଲ୍ଡିଂ, ଗଞ୍ଜାମ ଆସକା ସ୍ଥିତ ମାର୍କେଟ କମ୍ପେ୍ଲକ୍ସ, ପୈତୃକ ଘର, ସୁନୀଲଙ୍କ ଭଞ୍ଜନଗର ସ୍ଥିତ ସମ୍ପର୍କୀୟଙ୍କ ଘର ଏବଂ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଏକାକାଳୀନ ଚଢାଉ କରୁଛି । ଏବେ ସୁନିଲ ପାଢୀଙ୍କ ସନ୍ଧାନ ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ତାଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ କରିବାର ଅଭିଯୋଗ ହୋଇଥିଲା ।