କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇବେ ମେଡିକାଲ ଛାତ୍ର ଛାତ୍ରୀ । ଏନେଇ ଆଜି ଭିମସାରରେ ଘୋଷଣା କରିଛନ୍ତି ମେଡିକାଲ ଛାତ୍ରଛାତ୍ରୀ । ଜୁନିୟର ଡାକ୍ତର ଆସୋସିଏସନ ଓ ମେଡିକାଲ ଛାତ୍ର ସଂଗଠନର ଦାବି ପୂରଣ ନହେବାରୁ ଏଭଳି ନିଷ୍ପତି ନେଇଛନ୍ତି ଛାତ୍ରଛାତ୍ରୀ । ତେଣୁ ରୋଗୀ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି । ୭ ଦିନ ପୂର୍ବରୁ ଦାବି ପୂରଣ ନେଇ ଜୁନିୟର ଡାକ୍ତର ଆସୋସିଏସନ ରାଜ୍ୟ ସରକାରଙ୍କୁ ମହଲତ ଦେଇଥିଲେ । ଏବେ ଏହି ଅବଧି ଶେଷ ହୋଇଛି । ଏହାପରେ ଜୁନିୟର ଡାକ୍ତର ଆସୋସିଏସନ ପକ୍ଷରୁ ଏକ ବିରାଟ ରାଲିରେ ବାହାରି କର୍ତ୍ତପକ୍ଷଙ୍କ ଅଫିସ ଯାଏଁ ଯାଇଥିଲେ । ୧୪ ଦଫା ଦାବି ନେଇ ଏହି ରାଲି ହୋଇଥିଲା ।