ଏସସିବି ନର୍ସିଂ ଅଫିସର ସଂଘ ଏବଂ ସର୍ଜନ ସଂଘ ବିବାଦ ପ୍ରସଙ୍ଗ ; ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦକୁ ଜୁନିଅର ଡାକ୍ତର ଓ ଏସସିବି ଡାକ୍ତର ସଂଘର ସମର୍ଥନ 

Advertisment
ଏସସିବି ନର୍ସିଂ ଅଫିସର ସଂଘ ଏବଂ ସର୍ଜନ ସଂଘ ବିବାଦ ପ୍ରସଙ୍ଗ ; ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦକୁ ଜୁନିଅର ଡାକ୍ତର ଓ ଏସସିବି ଡାକ୍ତର ସଂଘର ସମର୍ଥନ 

କନକ ବ୍ୟୁରୋ: ଏସସିବି ମେଡିକାଲରେ ନର୍ସିଂ ଅଫିସର ଏବଂ ହାଉସ୍ ସର୍ଜନ ସଂଘ ବିବାଦ ପ୍ରସଙ୍ଗରେ ହାଉସ୍ ସର୍ଜନଙ୍କ କାର୍ଯ୍ୟବନ୍ଦକୁ ସମର୍ଥନ କରିଛନ୍ତି ଜୁନିୟର ଡାକ୍ତର ସଂଘ ଏବଂ ଏସସିବି ଡାକ୍ତର ସଂଘ। ରୋଗୀଙ୍କୁ ରକ୍ତ ଦେବାକୁ ନେଇ କଟକ ଏସସିବି ମେଡିକାଲରେ ନର୍ସିଂ ଅଫିସର ଏବଂ ହାଉସ ସର୍ଜନ ମୁହାଁମୁହିଁ ଘଟଣାରେ ହାଉସ ସର୍ଜନ ଆନ୍ଦୋଳନ ଜାରି ରଖିଛନ୍ତି । ଜରୁରୀ ସେବା ଛାଡ଼ିଦେଲେ ଚିକିତ୍ସା କାର୍ୟ୍ୟରେ ଯୋଗଦେବେ ନାହିଁ ବୋଲି କହିଛନ୍ତି ୨୫୦ ହାଉସ ସର୍ଜନ । ଆନ୍ଦୋଳନ ଯୋଗୁଁ ରୋଗୀ ସେବାରେ ବାଧା ସୃଷ୍ଟି ହୋଉଛି।

ଅନ୍ୟପଟେ ଆସନ୍ତାକାଲି ନର୍ସିଂ ଅଫିସର ମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି । ସୂଚନା ଅନୁସାରେ, ଗତ ରବିବାର ଏସସିବି ମେଡିସିନ୍ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାକୁ ଡ୍ୟୁଟିରେ ଥିବା ନର୍ସିଂ ଅଫିସର ସ୍ନେହସୁଧା ସାହୁ ଜଣେ ହାଉସ୍ ସର୍ଜନଙ୍କୁ ଜଣାଇଥିଲେ। ମାତ୍ର ସେ ବିଳମ୍ବରେ ଆସିବାରୁ ପ୍ଲାଜମା ରକ୍ତ ନଷ୍ଟ ହୋଇଯାଇଥିବା ଅଭିଯୋଗ କରିଥିଲେ ସ୍ନେହସୁଧା। ଏପରିକି ସ୍ନେହସୁଧାଙ୍କୁ କିଛି ହାଉସ୍ ସର୍ଜନ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ନେହସୁଧା ସାହୁ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ଘଟଣା ପରେ ଏସସିବି ଅଧୀକ୍ଷକ ଏକ ତଦନ୍ତ କମିଟି ଗଠନ କରିଛନ୍ତି। କମିଟିର ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଧିକ୍ଷକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe