ଭଡ଼ା ଘରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ଜୁନିୟର କ୍ଳର୍କଙ୍କ ମୃତଦେହ । ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ବଢୁଛି ସନ୍ଦେହ

387

କନକ ବ୍ୟୁରୋ : ସନ୍ଦେହଜନକ ଅବସ୍ଥାରେ ଜୁନିୟର କ୍ଳର୍କଙ୍କ ମୃତଦେହ ଉଦ୍ଧାର । ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିୟର କ୍ଳର୍କ କ୍ଷୀରୋଦ କୁମାର ବଳଙ୍କ ମୃତଦେହ ମିଳିଛି । ରେଢାଖୋଲ ଲୁକାପାଲିରେ ଥିବା ତାଙ୍କ ଭଡ଼ା ଘରୁ କ୍ଷୀରୋଦଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । କ୍ଷୀରୋଦଙ୍କ ଦେହରେ ବସ୍ତ୍ର ନଥିବା ବେଳେ ମୁହଁ ମାଡି ଖଟରେ ପଡିଥିବା ଦେଖବାକୁ ମିଳିଛି । ଖବର ପାଇ ଘଟଣା ସ୍ଥଳରେ ତାଙ୍କ ସ୍ତ୍ରୀ ଓ ପୁଅ ପହଂଚିଛନ୍ତି । ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ଜଣାପଡୁଛି । କିନ୍ତ ଘଟଣାର ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।