କନକ ବ୍ୟୁରୋ : ଲାଗିଛି ଜଙ୍ଗଲ ଜମି ବିକ୍ରି ମେଳା । ସରକାରୀ ଜଙ୍ଗଲ ଜମିକୁ ଟୋକନ୍ କରି ଗରିବ ବସ୍ତି ଲୋକଙ୍କୁ ବିକ୍ରି କରୁଛନ୍ତି ଦଲାଲ । ଭୁବନେଶ୍ୱର ଶାମପୁର ମୌଜାରେ ବିଡିଏ ଜମି ସହ ଜଙ୍ଗଲ ଜମିକୁ ବି ପ୍ଲଟିଂ କରି ବିକ୍ରି କରୁଛନ୍ତି କିଛି ଦଲାଲ । ଏହି ଜମି ନେବାକୁ ଲାଗିଛି ମେଳା । ଏଭଳି ଏକ ଏକ୍ସକ୍ଲ୍ୟୁସିଭ୍ ଦୃଶ୍ୟ କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି ।
ସରକାରୀ ଜଙ୍ଗଲ ଜମିକୁ ଦଲାଲମାନେ ବସ୍ତି ବାସିନ୍ଦାଙ୍କୁ ଟୋକନ୍ କରି ବିକି ଦେଉଛନ୍ତି । ଆଉ ବାଉଁଶ ବାନ୍ଧି ଜମିକୁ ନିଜର କହି ଦଖଲ କରିଛନ୍ତି ଲୋକେ । ପଚାରିବାରୁ ଉତର ଦେଉଛନ୍ତି ଥରେ ଘର କଲେ ସରକାର କେମିତି ଆମକୁ ଉଠାଇବ । ଆଗକୁ ନିର୍ବାଚନ ଆସୁଛି, ସରକାର ଆମକୁ ଉଠାଇଲେ, ଆମେ ପ୍ରତିବାଦ କରିବୁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।ଆମେ ଭୂମିହୀନ, ଆମକୁ ଜମି ପଟ୍ଟା ନଦେଲେ ଆମେ ହଟିବୁନି । ଆମେ ସରକାରକୁ ବାଛିଛୁ, ସରକାର ଆମ କଥା ଶୁଣିବା ଦରକାର । ସହର ମଧ୍ୟରେ ଭଡା ଦେଇ ରହିବା ସମ୍ଭବ ହେଉନି । ତେଣୁ ଆମେ କେଉଁଠି ରହିବୁ ବୋଲି ପ୍ରଶ୍ନ କରିଛନ୍ତି ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/23-28.jpg)