ବଢୁଛି ତାତି ଜଳୁଛି ଜଙ୍ଗଲ : ରାଜ୍ୟର ପ୍ରସିଦ୍ଧ ଶୈବପୀଠ ପଂଚଲିଙ୍ଗେଶ୍ୱର ମନ୍ଦିର ଥିବା ଦେବଗିରି ପାହାଡରେ ଲାଗିଛି ନିଆଁ

ବହୁ ମୂଲ୍ୟବାନ ଔଷଧୀୟ ଗଛ ପୋଡି ପାଉଁଷ, ଜଙ୍ଗଲରେ ନିଆଁ ଜଳୁଥିବାରୁ ଗାଁ ମୁହାଁ ବନ୍ୟପ୍ରାଣୀ, ଭୟରେ ଲୋକେ

62

କନକ ବ୍ୟୁରୋ : ସାରା ରାଜ୍ୟରେ ଖରାର ପ୍ରକୋପ ବଢୁଥିବା ବେଳେ ଜଳୁଛି ବାଲେଶ୍ୱର ଜିଲ୍ଲାର ଦେବଗିରି ପାହାଡର ବିଭିନ୍ନ ଅଂଚଳ । ଜଙ୍ଗଲରେ ନିଆଁ ଲାଗିଥିବାରୁ ଅନେକ ମୂଲ୍ୟବାନ, ଔଷଧୀୟ ଗଛ ଗୁଡିକ ପୋଡି ନଷ୍ଟ ହେଉଛି । ଅନ୍ୟପଟେ ଜଙ୍ଗଲରେ ନିଆଁ ଲାଗି ଥିବାରୁ ବନ୍ୟପ୍ରାଣୀ ଗାଁ ମୁହାଁ ହୋଇଛନ୍ତି । ଜଙ୍ଗଳ ଜଳୁଥିବା ଦେଖି ସ୍ଥାନୀୟ ଅଂଚଳର କିଛି ଯୁବକ ଓ ବନକର୍ମଚାରୀ ଯାଇ ନିଆଁକୁ ଆୟତ କରିଛନ୍ତି । ଗତ କିଛି ଦିନ ଧରି ଏହି ସବୁ ଜଙ୍ଗଲରେ କ୍ରମାଗତ ନିଆଁ ଲାଗି ଶହ ଶହ ମୂଲ୍ୟବାନ ଗଛ ପୋଡି ନଷ୍ଟ ହୋଇଗଲାଣି । ନିଆଁର ପ୍ରକୋପ ଏତେ ରହୁଛି ଯେ ଜଙ୍ଗଲ ରାସ୍ତା ଦେଇ ଯିବା ଆସିବା କରିବା କଷ୍ଟକର ହେଉଛି ।