ପେଶା ଇଞ୍ଜିନିୟର ନିଶା ଜଙ୍ଗଲ ଯାତ୍ରା । ବଣ ପାହାଡ଼ ଚଢୁଛନ୍ତି, ପୋକ ଜୋକ ଖାଉଛନ୍ତି । MAN VS WILD ଭଳି ଓଡ଼ିଶାର ଜଙ୍ଗଲ ବୟଙ୍କୁ ଭେଟନ୍ତୁ…

337

କନକ ବ୍ୟୁରୋ: ଡିସକଭରୀ ଚ୍ୟାନେଲରେ ଆପଣ ବେୟାର ଗ୍ରିଲ୍ସଙ୍କ ବିପଦପୂର୍ଣ୍ଣ ଓ ରୋମାଞ୍ଚ ଭରା ଜଙ୍ଗଲ ଯାତ୍ରା ନିଶ୍ଚୟ ଦେଖିଥିବେ । ପୋକ ଜୋକ ଖାଇ ବଣ ପାହାଡ଼ ଡେଇଁ, ଜଙ୍ଗଲରେ ଜୀବଜନ୍ତୁଙ୍କ ଅନୁସନ୍ଧାନ କରୁଥିବା ବେୟାର ଗ୍ରିଲ୍ସଙ୍କ ଭଳି ଓଡ଼ିଶାରେ ମଧ୍ୟ ଜଣେ ବେୟାର ଗ୍ରିଲ୍ସଙ୍କ କାହାଣୀ ଚର୍ଚ୍ଚାକୁ ଆସିଛି ।

ମାଲକାନଗିରିରେ ଓଡ଼ିଶାର ବେୟାର ଗ୍ରିଲ୍ସ

ମ୍ୟାନ ଭର୍ସେସ୍ ୱାଇଲ୍ଡ ଭଳି ଟ୍ରିପ୍ ଦ ୱାଇଲ୍ଡ

ପେଶା ଇଂଜିନିୟର ଆଉ ନିଶା ଜଙ୍ଗଲ ବୟ । ମ୍ୟାନ୍ ଭର୍ସେସ ୱାଇଲ୍ଡ କାର୍ଯ୍ୟକ୍ରମରେ ବ୍ରିଟିଶ ଅଭିନେତା ବେୟାର ଗ୍ରିଲ୍ସଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସାଜିଛନ୍ତି ଜଙ୍ଗଲ ବୟ । ଏପରିକି ଭଲ ଚାକିରିକୁ ହାତ ଛଡା କରି ଏବେ ଜଙ୍ଗଲରୁ ଜଙ୍ଗଲ ବୁଲୁଛନ୍ତି ମାଲକାନଗିରି ଏମଭି ୭୯ ଗାଁର ଯୁବ ମେକାନିକାଲ ଇଂଜିନିୟର ରାଜେଶ କୁମାର ମଣ୍ଡଳ । କେତେ ବେଳେ ପାହାଡ ଉପରେ ୩ ଦିନ ଧରି ରାତ୍ରୀ ଯାପନ ତ ଆଉ କେତେ ବେଳେ ପାହାଡରୁ ପାହାଡ ବନ୍ୟ ଜନ୍ତୁଙ୍କ ଅନୁସନ୍ଧାନ । ଆଉ ନଇ ନାଳ ରେ ବୁଲି ସାପ, ବେଙ୍ଗ ଧରିବା ସତେ ଯେମିତି ରାଜେଶଙ୍କ ନିଶା ପାଲଟି ଯାଇଛି ।

ପେଶା ଇଞ୍ଜିନିୟର ନିଶା ଜଙ୍ଗଲ ଯାତ୍ରା

ବଣ ପାହାଡ଼ ଚଢୁଛନ୍ତି, ପୋକ ଜୋକ ଖାଉଛନ୍ତି

ତେବେ ଟେଲିଭିଜନ ଚ୍ୟାନେଲଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମରୁ ଅନୁପ୍ରାଣିତ ହୋଇ ରାଜେଶ ଗତ ତିନି ବର୍ଷ ଧରି ଏପରି କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଆଉ ଗବେଷଣା ଜାରି ରଖିବାକୁ ଟ୍ରିପ୍ ଦ୍  ୱାଇଲ୍ଡ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି । ରାଜେଶଙ୍କ ଏଭଳି ନିଶାକୁ ଦେଖି ବାପା ମା ଏହାକୁ ପ୍ରଥମେ ବିରୋଧ କରି କରୁଥିଲେ । ହେଲେ ପୁଅର ନିଶାକୁ ସେମାନେ ସମର୍ଥନ ଦେଇ ଗର୍ବ ଅନୁଭବ କରୁଛନ୍ତି ।

ଏବେ ରାଜେଶଙ୍କ ଏଭଳି ବେୟାର ଗ୍ରିଲ୍ସଙ୍କ ବେଶ ଆଉ ରୋମାଞ୍ଚ ଭରା ଜଙ୍ଗଲ ଯାତ୍ରାର କାହାଣୀ ତାଙ୍କୁ ଧିରେ ଧିରେ ଜଙ୍ଗଲ ବୟର ଆଖ୍ୟା ଦେଇଛି । ଇଞ୍ଜିନିୟର ହୋଇ ବି ଜଣେ ନିଜ ପେଶାକୁ କିଭଳି ପୂରଣ କରି ସଫଳତା ଆଡକୁ ବଢ଼ିପାରିବେ ସେ କ୍ଷେତ୍ରରେ ରାଜେଶ ଏକ ଉଦାହରଣ ପାଲଟିଛନ୍ତି ।