ଜୁନାଗଡ ଗଣଦୁଷ୍କର୍ମ ମାମଲାରେ ପୁଣି ବୟାନ ରେକର୍ଡ । ବିଜେଡି ନେତାଙ୍କ ଡ୍ରାଇଭରର ସଂପୃକ୍ତି ନେଇ ଅଭିଯୋଗା ଆଣିଥିଲେ ପୀଡିତା, ମହିଳା ପୋଲିସଙ୍କ ଉପସ୍ଥିତିରେ ୧୬୧ରେ ବୟାନ ରେକର୍ଡ

726

କନକ ବ୍ୟୁରୋ : ମହିଳା ପୋଲିସଙ୍କ ଉପସ୍ଥିତିରେ ସିଆରପିସିର ଧାରା ୧୬୧ରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି ।  ବିଜେଡି ନେତାଙ୍କ ଡ୍ରାଇଭରର ସଂପୃକ୍ତି ନେଇ ଅଭିଯୋଗା ଆଣିଥିଲେ ପୀଡିତା  । ଜୁନାଗଡ ଗଣ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ମୁହଁ ଖୋଲି ପୀଡିତା କହିଥିଲେ ପାଲିସର ରାଜସାକ୍ଷୀ ପାଲଟିଥିବା ଡ୍ରାଇଭର ଲଳିତେନ୍ଦୁ ଶବର ହିଁ ଏଭଳି ଜଘନ୍ୟ କାଣ୍ଡର ମୁଖ୍ୟ ଖଳନାୟକ  । ଡ୍ରାଇଭରଙ୍କୁ କାହିଁକି ପୁଲିସ ଛାଡି ଦେଲା ବୋଲି ପୀଡିତା ପ୍ରଶ୍ନ କରିବା ସହ ତାକୁ ଛାଡିଦେଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । ପୀଡିତାଙ୍କ ଏହି ବୟାନକୁ ନେଇ ଶାସକ ଦଳକୁ ଘେରିିଛି ବିଜେପି ।

ତେବେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତିକରଣ କରାନଯାଉ ବୋଲି ଅନୁରୋଧ କରିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ତେବେ ଗତକାଲି ପୀଡିତାଙ୍କ ବୟାନ ବଦଳିବା ପରେ ଡ୍ରାଇଭରଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲା । ଏହାସହ ପୀଡିତା ଜଣକ କହିଥିଲେ ଯେ, ଯଦି ଡ୍ରାଇଭରଙ୍କୁ କୌଣସି ପରିସ୍ଥିତି ଛଡାଯାଏ ତେବେ ସେ ଆତ୍ମହତ୍ୟା ଦେବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ତେଣୁ ପୁଣି ଥରେ ପୀଡିତାଙ୍କ ବୟାନ ରେକର୍ଡ କରିବା ଲାଗି ଏସପି କହିବା ପରେ ଆଜି ପୁଣି ଥରେ ବୟାନ ରେକର୍ଡ କରାଯାଇଛି । ଏହି ଘଟଣାର ତଦନ୍ତ ଚାଲିଛି । ଯିଏ ବି ଦୋଷୀ ବା ଘଟଣାରେ ସମ୍ପୃକ୍ତି ଥିବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତିା