ଜୁନାଗଡ ବିଧାନସଭା କ୍ଷେତ୍ର: କଳାହାଣ୍ଡି ମହାରାଜା ପ୍ରଥମ ବିଧାୟକ: କାହାମୁଣ୍ଡରେ ସୁନାକଳସ ?

305

କନକ ବ୍ୟୁରୋ: କଳାହାଣ୍ଡି ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ଜୁନାଗଡ ବିଧାନସଭା କ୍ଷେତ୍ର ସବୁବେଳେ ଏକ ସ୍ୱତନ୍ତ୍ର ମର୍ଯ୍ୟଦା ବହନ କରିଆସିଛି। ୧୯୫୧ ମସିହାରେ ଗଠିତ ଏହି ୨୦ ନମ୍ବର ଜୁନାଗଡ ବିଧାନସଭା କ୍ଷେତ୍ରରେ ସେତେବେଳେ କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓ ନିର୍ବାଚିତ ହୋଇଥିଲେ। ଜୁନାଗଡ ତତ୍କାଳୀନ କଳାହାଣ୍ଡି ଏଷ୍ଟେଟର ରାଜଧାନୀ ଥିବା ବେଳେ କଳାହାଣ୍ଡି ରାଜପରିବାରର ଅନେକ ଜମିବାଡି ଘରଦ୍ୱାର ଆଜିମଧ୍ୟ ରହିଛି ଏବଂ ସେମାନେ ଜୁନାଗଡର ପୁରାତନ ଅଧିବାସୀ ମଧ୍ୟ। ଏପରିକି ଜୁନାଗଡର ପ୍ରାଚୀନ ପରଂପରା ଗୁଡିକରେ ଆଜି ମଧ୍ୟ କଳାହାଣ୍ଡି ରାଜପରିବାରର ମୁଖ୍ୟ ଭୂମିକା ରହିଆସିଛି। ଏହି ପରପ୍ରେକ୍ଷୀରେ କଳାହାଣ୍ଡି ମହାରାଜା ପ୍ରଥମ ବିଧାୟକ ହୋଇ ବିଧାନସଭାକୁ ଯାଇଥିବା ବେଳେ ତାଙ୍କର ଜ୍ୟେଷ୍ଠ ପୁତ୍ର ଯୁବରାଜ ଉଦିତ ପ୍ରତାପ ଦେଓ ସ୍ୱତନ୍ତ୍ର ପାର୍ଟିରୁ ୧୯୭୪ ମସିହାରେ ୯୮-ଜୁନାଗଡ ବିଧାନସଭାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ସେହିପରି ମହାରାଜାଙ୍କ କନିଷ୍ଠ ପୁତ୍ର କନିଷ୍ଠ ପୁତ୍ର ବିକ୍ରମ କେଶରୀ ଦେଓ ପ୍ରଥମେ ୧୯୮୫ ମସିହାରେ ଜନତାପାର୍ଟିରୁ, ୧୯୯୦ରେ ଭାଜପାରୁ, ୧୯୯୫ରେ ଭାଜପାରୁ ୯୮- ଜୁନାଗଡ ବିଧାୟକ ଭାବେ ନିର୍ବାଚିତ ହେବା ସହ ୧୯୯୮ ମସିହାରେ ଦ୍ୱାଦଶ ଲୋକସଭାର ସାଂସଦ ଭାବେ ନିର୍ବାଚିତ ହେବାରେ ଜୁନାଗଡ ଅଂଚଳର ବିପୁଳ ସମର୍ଥନ ପାଇଥିଲେ। ଜୁନାଗଡ ଅନ୍ତର୍ଗତ ହାବସପୁର ବାସିନ୍ଦା ମହେଶ୍ୱର ନାଏକ ଗଣତନ୍ତ୍ର ପରିଷଦରୁ ୧୯୬୧ ମସିହାରେ ୩୭-ଜୁନାଗଡ ପାଇଁ ଏବଂ ୧୯୬୭ ମସିହାରେ ସ୍ୱତନ୍ତ୍ର ପାର୍ଟିରୁ ୯୨-ଜୁନାଗଡ ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ଚଳିତ ନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ତଥା ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜର ପ୍ରାର୍ଥୀଙ୍କୁ ମୈଦାନରେ ଅବତରଣ କରାଇଛନ୍ତି ।ବିଜେଡିରୁ ଦିବ୍ୟଶଙ୍କର ମିଶ୍ର ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପିରୁ ମନୋଜ ମେହେର ଏବଂ କଂଗ୍ରେସରୁ ଜୁନାଗଡ ବିଧାନସଭା ଆସନରୁ ମଙ୍ଗ ଧରିଛନ୍ତି ଅନୀଲ କୁମାର ସିଂଦେଓ ।

୨୦୧୪ର ଲଢ଼େଇ

– ମୈଦାନରେ ଥିଲେ ମୋଟ ୧୪ ପ୍ରାର୍ଥୀ
– ମୋଟ୍ ଭୋଟର ସଂଖ୍ୟା- ୨ ଲକ୍ଷ ୧୭ ହଜାର ୧୮୧
– ମତ ଦେଇଥିଲେ- ୧ ଲକ୍ଷ ୬୪ ହଜାର ୯୭୩
– ଭୋଟଦାନ ହାର- ୭୫.୯୬ %

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଦିବ୍ୟଶଙ୍କର ମିଶ୍ର ବିଜେଡି ୫୬,୪୪୩ ୩୪.୨୧ ବିଜୟୀ
ଅନିଲ କୁମାର ସିଂଦେଓ ବିଜେପି ୪୬,୪୯୮ ୨୮.୧୯% ପରାସ୍ତ
ଗୋବର୍ଦ୍ଧନ ଦାସ କଂଗ୍ରେସ ୩୮,୭୧୫ ୨୩.୪୭% ପରାସ୍ତ

ବିଜେଡିର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ଦିବ୍ୟଶଙ୍କର ମିଶ୍ର
ଦଳ-ବିଜେଡି
ଭୋଟ-୫୬,୪୪୩
ପ୍ରତିଶତ-୩୪.୨୧
ଫଳାଫଳ- ବିଜୟୀ

ବିଜେପିର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ଅନିଲ କୁମାର ସିଂଦେଓ
ଦଳ-ବିଜେପି
ଭୋଟ-୪୬,୪୯୮
ପ୍ରତିଶତ-୨୮.୧୯%
ଫଳାଫଳ-ପରାସ୍ତ

କଂଗ୍ରେସର ପ୍ରଦର୍ଶନ(୨୦୧୪)

ପ୍ରାର୍ଥୀ-ଗୋବର୍ଦ୍ଧନ ଦାସ
ଦଳ-କଂଗ୍ରେସ
ଭୋଟ-୩୮,୭୧୫
ପ୍ରତିଶତ-୨୩.୪୭%
ଫଳାଫଳ-ପରାସ୍ତ

କିଏ ମାରିଥିଲେ ବାଜି?

– ବିଜେଡିର ଦିବ୍ୟଶଙ୍କର ମିଶ୍ର ବିଜୟୀ ହୋଇଥିଲେ
– ୫୬ ହଜାର ୪୪୩ ଖଣ୍ଡ ଭୋଟ୍ ପାଇଥିଲେ ବିଜେଡି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ଅନୀଲ କୁମାର ସିଂଦେଓଙ୍କୁ ପରାସ୍ତ କରିଥିଲେ
– ୯ ହଜାର ୯୪୫ ଖଣ୍ଡ ବ୍ୟବଧାନରେ ବିଜୟୀ ହେଲେ ଦିବ୍ୟଶଙ୍କର
– ୧୧ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢ଼େଇ

– ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
– ମୋଟ୍ ଭୋଟର ସଂଖ୍ୟା- ୨ ଲକ୍ଷ ୦୬ ହଜାର ୬୮୮
– ମତ ଦେଇଥିଲେ- ୧ ଲକ୍ଷ ୪୪ ହଜାର ୪୯
– ଭୋଟଦାନ ହାର-

୨୦୦୯ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ବୀର ଶିପକା ବିଜେଡି ୩୮,୮୧୨ ୨୬.୯୪% ପରାସ୍ତ
ହିମାଂଶୁ ଶେଖର ମେହେର ବିଜେପି ୩୪,୩୩୪ ୨୩.୮୩% ପରାସ୍ତ
ଗୋବର୍ଦ୍ଧନ ଦାସ କଂଗ୍ରେସ ୪୫,୩୪୯ ୩୧.୪୮% ବିଜୟୀ

ବିଜେଡିର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ବୀର ଶିପ୍କା
ଦଳ-ବିଜେଡି
ଭୋଟ-୩୮,୮୧୨
ପ୍ରତିଶତ-୨୬.୯୪%
ଫଳାଫଳ-ପରାସ୍ତ

ବିଜେପିର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ହିମାଂଶୁ ଶେଖର ମେହେର
ଦଳ-ବିଜେପି
ଭୋଟ-୩୪,୩୩୪
ପ୍ରତିଶତ-୨୩.୮୩%
ଫଳାଫଳ-ପରାସ୍ତ

କଂଗ୍ରେସର ପ୍ରଦର୍ଶନ(୨୦୦୯)

ପ୍ରାର୍ଥୀ-ଗୋବର୍ଦ୍ଧନ ଦାସ
ଦଳ-କଂଗ୍ରେସ
ଭୋଟ-୪୫,୩୪୯
ପ୍ରତିଶତ-୩୧.୪୮%
ଫଳାଫଳ- ବିଜୟୀ

କିଏ ମାରିଥିଲେ ବାଜି?

– କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଦାସ ବିଜୟୀ ହୋଇଥିଲେ
– ୪୫ ହଜାର ୩୪୯ ଖଣ୍ଡ ଭୋଟ୍ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ବୀର ସିପକାଙ୍କୁ ପରାସ୍ତ କରିଥିଲେ
– ୪ ହଜାର ୪୭୮ ଖଣ୍ଡ ଭୋଟରେ ଜିତିଥିଲା କଂଗ୍ରେସ
– ୮ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ

୨୦୦୯ ବନାମ ୨୦୧୪

– ବିଜେଡି ଓ ବିଜେପି ପ୍ରାର୍ଥୀ ବଦଳାଇଥିଲେ
– ବୀର ସିପକାଙ୍କ ସ୍ଥାନରେ ଦିବ୍ୟଶଙ୍କର ମିଶ୍ରଙ୍କୁ ପ୍ରାର୍ଥୀ କରି ଜିତିଥିଲା ବିଜେଡି
– ହିମାଂଶୁ ଶେଖର ମେହେରଙ୍କ ସ୍ଥାନରେ ଅନୀଲ କୁମାର ସିଂଦେଓଙ୍କୁ ପ୍ରାର୍ଥୀ କରିଥିଲା ବିଜେପି
– ଗୋବର୍ଦ୍ଧନ ଦାସଙ୍କୁ ପୁଣି ପ୍ରାର୍ଥୀ କରି ହାରିଥିଲା କଂଗ୍ରେସ

୨୦୧୯ର ଲଢେଇ

ବିଜେଡି: ଦିବ୍ୟଶଙ୍କର ମିଶ୍ର
କଂଗ୍ରେସ: ଅନୀଲ କୁମାର ସିଂଦେଓ
ବିଜେପି: ମନୋଜ ମେହେର

୨୦୧୯–ବିଜେଡି: ଦିବ୍ୟଶଙ୍କର ମିଶ୍ର

– ୨୦୧୪ ବିଧାୟକ
– ୨୦୧୪ରେ ପ୍ରାୟ ୧୦ ହଜାର ଭୋଟ୍ରେ ଜିତିଥିଲେ
– ପାଇଲଟରୁ ରାଜନୀତି

୨୦୧୯– କଂଗ୍ରେସ: ଅନୀଲ କୁମାର ସିଂଦେଓ

– ବିଜେପିରୁ କଂଗ୍ରେସରେ ସାମିଲ
– ଗତ ନିର୍ବାଚନରେ ବିଜେପିରୁ ଲଢି ହାରିଥିଲେ
– ୨୦୦୯ର ବିଧାୟକଙ୍କୁ ହରାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ (୨୦୧୪ରେ)

୨୦୧୯–ବିଜେପି: ମନୋଜ ମେହେର

– ଜୁନାଗଡ ବ୍ଲକ୍ ଅଧ୍ୟକ୍ଷ
– ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେରଙ୍କ ଭାଇ

ମୈଦାନରେ ମହିଳା ପ୍ରାର୍ଥୀ

– କେହି ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

 

– ଜୁନାଗଡ, ଜୁନାଗଡ ବ୍ଳକ୍ ଏବଂ ଗୋଲମୁଣ୍ଡା ବ୍ଳକ୍କୁ ନେଇ ଜୁନାଗଡ ନିର୍ବାଚନ ମଣ୍ଡଳୀ ଗଠିତ
– ଗୋଲମୁଣ୍ଡା ବ୍ଳକ୍ ଏବଂ ଜୁନାଗଡ ଏନ୍ଏସି ବିଜେଡି ଦଖଲରେ ରହିଛି
– ଜୁନାଗଡ ବ୍ଳକ୍ ବିଜେପି କବଜାରେ ରହିଛି

ମୁହାଁମୁହିଁ ପ୍ରାର୍ଥୀ

 

– ବିଜେଡି ପ୍ରାର୍ଥୀ ତଥା ବିଧାୟକ ଦିବ୍ୟଶଙ୍କର ମିଶ୍ର ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି
– ବିଜେପି ପ୍ରାର୍ଥୀ ମନୋଜ କୁମାର ମେହେର ବ୍ଲକ୍ ଅଧ୍ୟକ୍ଷ ଥିଲେ
– ୨୦୧୪ରେ ବିଜେପିରୁ ହାରିଥିଲେ, ଏବେ କଂଗ୍ରେସ ଟିକେଟ୍ରୁ ଲଢୁଛନ୍ତି ଅନୀଲ କୁମାର ସିଂଦେଓ

ଜୁନାଗଡ ବିଧାନସଭା ଆସନ

– ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି ଆସନ
– ଜୁନାଗଡ ହେଉଛି ବିଜେପିର ଗଡ
– ତେବେ ୨୦୧୪ରେ ବିଜେଡି ଜିତିଥିଲା
– ବିକ୍ରମ କେଶରୀ ଦେଓ ଥରେ ଜନତା ଦଳରୁ ଏବଂ ଦୁଇ ଥର ବିଜେପିରୁ ବିଧାୟକ ହୋଇଥିଲେ
– ହିମାଂଶୁ ଶେଖର ମେହେର ୨ ଥର ବିଜେପିରୁ ବିଧାୟକ ଥିଲେ