ପଂଚାୟତ ନିର୍ବାଚନରେ ଭୋଟ ଦେବେ ସୀମାନ୍ତ ଗାଁର ଲୋକେ : ରାସ୍ତା ନିର୍ମାଣ ପରେ ବଦଳିଗଲା ନିଷ୍ପତ୍ତି, ଆନ୍ଧ୍ରକୁ ମିଳିବ ଚେକ୍

Advertisment
ପଂଚାୟତ ନିର୍ବାଚନରେ ଭୋଟ ଦେବେ ସୀମାନ୍ତ ଗାଁର ଲୋକେ : ରାସ୍ତା ନିର୍ମାଣ ପରେ ବଦଳିଗଲା ନିଷ୍ପତ୍ତି, ଆନ୍ଧ୍ରକୁ ମିଳିବ ଚେକ୍

କନକ ବ୍ୟୁରୋ : କୋଟିଆ ପରେ ଏବେ ସୀମାନ୍ତ ଜୁମଡାଙ୍ଗ ଗାଁକୁ ନେଇ ଚର୍ଚ୍ଚା । ଏଥର ଓଡ଼ିଶାର ପଂଚାୟତ ନିର୍ବାଚନରେ ସାମିଲ ହେବେ ଜୁମଡାଙ୍ଗ ଗାଁର ଲୋକେ । କୋରାପୁଟ ଜିଲ୍ଲାର କୋଟିଆ ପରି ଆନ୍ଧ୍ର ସୀମାରେ ଥିବା ମାଲକାନଗିରି ଜିଲ୍ଲାର ଜୁମଡାଙ୍ଗ ଗାଁର ଲୋକେ ଆନ୍ଧ୍ରରେ ଭୋଟ୍ ଦେଉଥିଲେ ।

ଆନ୍ଧ୍ର ଏଠାରେ ରାସନ କାର୍ଡ, ଆଧାର କାର୍ଡ ଆଦି ଦେଇ ଚାଉଳ, ଭତା ଆଦି ବଂଟନ କରୁଥିଲା । ମାଗଣା ବିଦ୍ୟୁତ ସହ ବିଦ୍ୟାଳୟ ଖୋଲି ତେଲୁଗୁ ଭାଷାରେ ପାଠ ପଢାଉଥିଲା ଆନ୍ଧ୍ର । ତେବେ ଜୁମଡାଙ୍ଗ ଗାଁକୁ ଏବେ ଓଡ଼ିଶା ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିବାରୁ ଏଠାକାର ବାସିନ୍ଦା ଓଡ଼ିଶା ନିର୍ବାଚନରେ ସାମିଲ ହେବା ସହ ଆନ୍ଧ୍ରର ସୁବିଧା ଉଠାଇବେ ନାହିଁ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe