କନକ ବ୍ୟୁରୋ : କୋଟିଆ ପରେ ଏବେ ସୀମାନ୍ତ ଜୁମଡାଙ୍ଗ ଗାଁକୁ ନେଇ ଚର୍ଚ୍ଚା । ଏଥର ଓଡ଼ିଶାର ପଂଚାୟତ ନିର୍ବାଚନରେ ସାମିଲ ହେବେ ଜୁମଡାଙ୍ଗ ଗାଁର ଲୋକେ । କୋରାପୁଟ ଜିଲ୍ଲାର କୋଟିଆ ପରି ଆନ୍ଧ୍ର ସୀମାରେ ଥିବା ମାଲକାନଗିରି ଜିଲ୍ଲାର ଜୁମଡାଙ୍ଗ ଗାଁର ଲୋକେ ଆନ୍ଧ୍ରରେ ଭୋଟ୍ ଦେଉଥିଲେ ।
ଆନ୍ଧ୍ର ଏଠାରେ ରାସନ କାର୍ଡ, ଆଧାର କାର୍ଡ ଆଦି ଦେଇ ଚାଉଳ, ଭତା ଆଦି ବଂଟନ କରୁଥିଲା । ମାଗଣା ବିଦ୍ୟୁତ ସହ ବିଦ୍ୟାଳୟ ଖୋଲି ତେଲୁଗୁ ଭାଷାରେ ପାଠ ପଢାଉଥିଲା ଆନ୍ଧ୍ର । ତେବେ ଜୁମଡାଙ୍ଗ ଗାଁକୁ ଏବେ ଓଡ଼ିଶା ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିବାରୁ ଏଠାକାର ବାସିନ୍ଦା ଓଡ଼ିଶା ନିର୍ବାଚନରେ ସାମିଲ ହେବା ସହ ଆନ୍ଧ୍ରର ସୁବିଧା ଉଠାଇବେ ନାହିଁ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/8-9.jpg)