ଓଡିଶାରେ ବାଙ୍ଗଲାଦେଶୀ ଆତଙ୍କବାଦୀ ! ଏନଆଇଏ ଡିଜିଙ୍କ ବଡ ବୟାନ, ଓଡିଶା,ଆସାମ ଓ ଝାଡଖଣ୍ଡରେ ବଢ଼ୁଛି ଜମାତ-ଉଲ୍-ମୁଜାହିଦିନର ପ୍ରଭାବ

Advertisment
ଓଡିଶାରେ ବାଙ୍ଗଲାଦେଶୀ ଆତଙ୍କବାଦୀ ! ଏନଆଇଏ ଡିଜିଙ୍କ ବଡ ବୟାନ, ଓଡିଶା,ଆସାମ ଓ ଝାଡଖଣ୍ଡରେ ବଢ଼ୁଛି ଜମାତ-ଉଲ୍-ମୁଜାହିଦିନର ପ୍ରଭାବ

କନକ ବ୍ୟୁରୋ: ଭାରତରେ ବାଙ୍ଗଲାଦେଶୀ ଆତଙ୍କବାଦୀଙ୍କ ଗତିବିଧିକୁ ନେଇ ବଡ ବୟାନ ଦେଇଛନ୍ତି ଏନଆଇଏ ଡିଜି ଯୋଗେଶ ମୋଦି । ବାଙ୍ଗଲାଦେଶୀ ଆତଙ୍କବାଦୀ ସଂଗଠନ ଜମାତ-ଉଲ୍-ମୁଜାହିଦିନ୍ ଦେଶରେ ତାର କାୟା ବିସ୍ତାର କରିବାରେ ଲାଗିଛି । ବିଶେଷ କରି ଓଡିଶା, ଆସାମ ଓ ଝାରଖଣ୍ଡରେ ବାଲାଂଦେଶୀ ଆତଙ୍କବାଦୀ ସେମାନଙ୍କ ଶକ୍ତି ବୃଦ୍ଧି କରୁଛନ୍ତି ବୋଲି କହିଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥାର ଡିଜି ଯୋଗେଶ ମୋଦି ।

publive-image

କର୍ଣ୍ଣାଟକ, କେରଳରେ ମଧ୍ୟ ଏହି ସଂଗଠନ ସକ୍ରିୟ ଥିବା ନେଇ ଡିଜି ସୂଚନା ଦେଇଛନ୍ତି । ଜାତୀୟ ତଦନ୍ତକାରୀ ସଂସ୍ଥାର ସନ୍ଦିଗ୍ଧ ତାଲିକାରେ ଥିବା ୧୨୫ ଜଣଙ୍କ ଲିଷ୍ଟ ରାଜ୍ୟମାନଙ୍କୁ ଦିଆଯାଇଛି ବୋଲି ଏନଆଇଏ ସମ୍ମିଳନୀରେ ଯୋଗ ଦେଇ ଡିଜି ସୂଚନା ଦେଇଛନ୍ତି । ଆଇଏସଆଇଏସ, ଜେହାଦୀ ଓ ଟେରର ଫଣ୍ଡିଙ୍ଗ ସହିତ ଅନ୍ୟାନ୍ୟ ଆତଙ୍କବାଦୀ ପ୍ରସଙ୍ଗରେ ଯାଂଚ କରୁଛି ଏନଆଇଏ । ତେବେ ଆତଙ୍କବାଦ ସମସ୍ୟା କିଛି ବଡ ନୂଆ ନୁହେଁ । ଆତଙ୍କବାଦ ବିଚାରଧାରକୁ ଧ୍ୱଂସ କରାଯିବା ଜରୁରୀ । ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ବୋଲି ଏହି ସମ୍ମଳିନୀରେ ଯୋଗ ଦେଇ କହିଛନ୍ତି ଜାତୀୟ ପରାମର୍ଶଦାତା ଅଜିତ୍ ଡୋଭାଲ ।

ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଅନ୍ୟ ଯେକୌଣସି ଏଜେନ୍‌ସିଙ୍କ ଅପେକ୍ଷା ଏନ୍‌ଆଇଏ ଆତଙ୍କକୁ ଅଧିକ ପ୍ରଭାବିତ କରି ପାରିଛି। ଅତି ବିଜ୍ଞତାର ସହ ସେମାନେ ମାମଲାଗୁଡ଼ିକର ଅନୁସରଣ କରୁଛନ୍ତି। ସେମାନଙ୍କର ପ୍ରଭାବ ମଧ୍ୟ ଏହି ମାମଲାରେ ସବୁଠୁ ଅଧିକ। ଏପ୍ରିଲ୍‌ ୧୯୯୮ରେ ଢାକା ନିକଟ ପାଲମପୁରରେ ଶାୟାଖ ଅବ୍ଦୁର ରହମନ୍‌ଙ୍କ ଦ୍ୱାରା ସଂସ୍ଥାପିତ ଜେୟୁଏମ୍‌କୁ ଫେବ୍ରୁଆରି ୨୦୦୫ରେ ବାଂଲାଦେଶ ସରକାର ନିଷିଦ୍ଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe