ଇତିହାସ ରଚିବାକୁ ଆଉ ମାତ୍ର ୪ ଦିନ । ୨୨ରେ ଚନ୍ଦ୍ରକୁ ଯିବ ଭାରତର ‘ଚନ୍ଦ୍ରାୟନ-୨’ ।

150

କନକ ବ୍ୟୁରୋ: ଇତିହାସ ରଚିବାକୁ ଆଉ ମାତ୍ର ୪ ଦିନ । ଆସନ୍ତା ୨୨ ତାରିଖରେ ଚନ୍ଦ୍ରାୟନ-୨ର ଉତକ୍ଷେପଣ । ପୂର୍ବ ନିର୍ଦ୍ଧାରିତ ଗତ ୧୫ ତାରିଖରେ ଅଚାନକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ଆସନ୍ତା ୨୨ ତାରିଖ ଅପରାହ୍ନ ୨ଟା ୪୩ ମିନିଟରେ ଏହାର ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଗତ ୧୫ ତାରିଖରେ ରକେଟରେ ତ୍ରୁଟି ଥିବା ଜଣାପଡ଼ିବା ପରେ ଏହାକୁ ସ୍ଥଗିତ ରଖିବାକୁ ଏକ ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପରେ ଇତିହାସ ରଚିବାରେ ବିଳମ୍ବିତ ହୋଇଥିଲା ।

ଶ୍ରୀହରିକୋଟା ପ୍ରକ୍ଷେପଣ କେନ୍ଦ୍ରରୁ ଶକ୍ତିଶାଳୀ ରକେଟ୍ ଜିଏସ୍ଏଲ୍ଭି ଏମକେ-୩ କୁ ବ୍ୟବହାର କରି ଚନ୍ଦ୍ରଯାନ-୨କୁ ପଠାଯିବ । ଇସ୍ରୋର ସର୍ବାଧିକ ମହାତ୍ବାକାଂକ୍ଷୀ ମିଶନ୍ ବୋଲି କୁହାଯାଉଥିବା ଚନ୍ଦ୍ରଯାନ-୨ର ପ୍ରକ୍ଷେପଣକୁ ନେଇ ଦେଶରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଉତକ୍ଷେପଣର ପ୍ରାୟ ୫୦ ଦିନ ପରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ।