ଆଜି ଜେଲରୁ ମନ୍ନତ ଫେରିପାରନ୍ତି ଆରୟନ ! ଜାମିନଦାର ସାଜିଲେ ଜୁହି ଚାୱଲା

313

କନକ ବ୍ୟୁରୋ : ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ୨୬ ଦିନ ପରେ ଆଜି ଜେଲରୁ ଘରକୁ ଫେରିପାରନ୍ତି । ଏନେଇ ଶାହାରୁଖଙ୍କ ବାସଭବନ ମନ୍ମତରେ ଖୁସିର ମାହୋଲ । ଗୁରୁବାରଦିନ ବମ୍ବେ ହାଇକୋଟ ଆରୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ଜାମିନ ଦେବା ପରେ ଶୁକ୍ରବାର ଦିନ ଜଷ୍ଟିସ ନିତୀନ ସାମ୍ବ୍ରେ ଆରୟନ ଖାନଙ୍କ ବେଲ ଅର୍ଡର ଜାରି କରିଛନ୍ତି । ଜେଲରୁ ବାହାରିବାର ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଆରୟନ ଜେଲରୁ ବାହାରିବେ ।

ଏବେ ଆରୟନଙ୍କୁ ଜେଲରୁ ମୁକୁଳାଇବାକୁ ପ୍ରକ୍ରିୟା ଜାରି ରହିଛି । ଆଶା କରାଯାଉଛି କି ଆଜି ଆରୟନ ଜେଲରୁ ମୁକୁଳିପାରନ୍ତି । ହେଲେ ତାଙ୍କୁ ଜାମିନରେ ଆଣିବାକୁ ୧ ଲକ୍ଷ ଟଙ୍କାର ବଣ୍ଡ ସହ ଜଣେ ଜାମିନଦାରର ଏହି ବଣ୍ଡ ଜମାକରିବାକୁ ପଡିବ ବୋଲି କୋର୍ଟ କହିବା ପରେ ଏହି ଦାୟିତ୍ୱ ନେଇଛନ୍ତି ବଲିଉଡର ଜଣାଶୁଣା ଅଭିନେତ୍ରୀ ଜୁହି ଚାୱଲା । ଜୁହି ବ୍ୟକ୍ତିଗତ ମୁଚାଲିକାରେ ଆରୟନଙ୍କୁ ଜେଲରୁ ବାହାର କରିବେ ବୋଲି ଜଣାପଡିଛି ।

ଅନ୍ୟପଟେ ଆରୟନଙ୍କୁ ଜାମିନ ମିଳିବା ପରେ ବଲିଉଡର ବରିଷ୍ଠ କଳାକାରମାନେ ଖୁସି ଜାହିର କରିଛନ୍ତି । ଏହାସହ ସେମାନେ ସୋସିଆଲ ମିଡିଆରେ ଖୁସି ଜାହିର କରି ଶାହାରୁଖ ଓ ଗୌରୀ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ଏହି କଳାକାରମାନଙ୍କ ମଧ୍ୟରେ ରହିଛନ୍ତି ଅକ୍ଷୟ କୁମାର, ସଲମାନ ଖାନ୍, ସୁନିଲ ସେଟ୍ଟୀ, ମାହିପ କପୁର, ସୀମା ଖାନ ପ୍ରମୁଖ ଫୋନ ଯୋଗେ ଶାହାରୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି ।