କୋଲକାତା ହାଇକୋର୍ଟଙ୍କ ସମସ୍ତ ଶୁଣାଣୀ ଉପରେ ସୁପ୍ରିମ ରୋକ । ଆବେଦନ ଶୁଣାଣୀ ସମୟରେ ସିଙ୍ଗଲ ବେଂଚ ଓ ଡିଭିଜନ ବେଂଚ ବିଚାରପତି ମୁହାଁମୁହିଁ

174

କନକ ବ୍ୟୁରୋ : ବିଚାରପତି ବନାମ ବିଚାରପତି । କୋଲକାତା ହାଇକୋର୍ଟଙ୍କ ସମସ୍ତ ଶୁଣାଣୀ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ସିଙ୍ଗଲ ବେଂଚ ଓ ଡିଭିଜନ ବେଂଚଙ୍କ ସମସ୍ତ ଶୁଣାଣୀ ଉପରେ କୋର୍ଟ ରୋକ ଲଗାଇଛନ୍ତି । ପଶ୍ଚିମବଙ୍ଗ ସରକାର ଓ ଆବେଦନକାରୀଙ୍କୁ ନୋଟିସ ଦେଇଛନ୍ତି କୋର୍ଟ । ଏଥିସହ ରିଜର୍ଭ କ୍ୟାଟାଗୋରୀ ଜାଲ ପ୍ରମାଣପତ୍ର ମାମଲାରେ ସିବିଆଇ ତଦନ୍ତ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ ମେଡିକାଲ ଆଡମିଶନ ଜାଲିଆତି ମାମଲାରେ କୋଲକାତା ହାଇକୋର୍ଟ ବିଚାରପତି ମୁହାଁମୁହିଁ ହୋଇଥିଲେ ।

ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ଡିଭିଜନ ବେଂଚର ମୁଖ୍ୟ ଜଷ୍ଟିସ ସୋମେନ ସେନଙ୍କ ଉପରେ ଅଭିଯୋଗ ଆଣିଥିଲେ । ସେ କହିଥିଲେ ସୋମେନ ସେନ କୌଣସି ରାଜନୈତିକ ଦଳର କହିବା ଅନୁସାରେ କାମ କରୁଛନ୍ତି ଓ ଏଥିପାଇଁ ସିବିଆଇ ତଦନ୍ତ ଚାହୁଁନାହାଁନ୍ତି ସେଥିପାଇଁ ତାଙ୍କ ରାୟକୁ ବଦଳାଇଥିଲେ ଜଷ୍ଟିସ ସୋମେନ । ଜଷ୍ଟିସ ଗଙ୍ଗୋପାଧାୟ ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କୁ ଅର୍ଡରର ଗୋଟିଏ କପି ସିଜେଆଇ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପଠାଇବାକୁ କହିଥିଲେ । ଏଥିସହ ସେ କହିଥିଲେ କି ଯଦି ସେନ ଖଣ୍ଡପୀଠ ଦେଇଥିବା ଆଦେଶ ଉପରେ ଧ୍ୟାନ ଦେବାକୁ ସୁପ୍ରିମକୋର୍ଟଙ୍କ କହିଥିଲେ ଜଷ୍ଟିସ ଗଙ୍ଗୋପାଧାୟ । ତେବେ କୋଲକାତା ହାଇକୋର୍ଟ ଦୁଇ ବିଚାରପତି ମୁହାଁମୁହିଁ ଘଟଣାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି । ଶନିବାର ପ୍ରଧାନ ବିଚାରପତୀଙ୍କ ନେତୃତ୍ୱରେ ୫ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣୀ କରି ସିଙ୍ଗଲ ବେଂଚ ଓ ଡିଭିଜନ ବେଂଚଙ୍କ ସମସ୍ତ ଶୁଣାଣୀ ଉପରେ ରୋକ ଲଗାଇଛନ୍ତି ।