କନକ ବ୍ୟୁରୋ: ଝାଡଖଣ୍ଡ ଧାନବାଦ୍ ଜଜ୍ ମୃତ୍ୟୁ ମାମଲା ଏବେ ସିବିଆଇ ହାତରେ । ଏହି ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଲଖନ ବର୍ମା ଓ ରାହୁଲଙ୍କର ୭ ପ୍ରକାର ଟେଷ୍ଟ ହେବ । ଏଥିପାଇଁ ଝାଡଖଣ୍ଡ କୋର୍ଟ ସିବିଆଇକୁ ଅନୁମତି ଦେଇଛନ୍ତି । ଏହା ପୂର୍ବରୁ ଧାନବାଦ୍ ପୋଲିସ୍ ଦ୍ୱାରା ହୋଇଥିବା ତଦନ୍ତକୁ ଆଧାର କରି କୋର୍ଟ ବିଚାର କରିଥିଲେ । କିନ୍ତୁ ପୋଲିସ୍ ତଥ୍ୟ ସନ୍ତୁଷ୍ଟଜନକ ନଥିବାରୁ ବୁଧବାର ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଛନ୍ତି କୋର୍ଟ ।
ଦୁଇ ଅଭିଯୁକ୍ତଙ୍କର ଲାଇ ଡିଟେକ୍ଟର ଟେଷ୍ଟ, ବ୍ରେନ୍ ମ୍ୟାପିଙ୍ଗ, ପଲିଗ୍ରାଫି ଟେଷ୍ଟ, ସସ୍ପେକ୍ଟ ଡିଟେକ୍ସନ୍ ଟେଷ୍ଟ, ଲାଉଡ ଭଏସ୍ ଆନାଲାଇଜିଙ୍ଗ ଟେଷ୍ଟ, ବ୍ରେନ୍ ଇଲେକ୍ଟିକାଲ ଟେଷ୍ଟ ହେବ ବୋଲି ସିବିଆଇ କହିଛି । ସୂଚନା ମୁତାବକ, ଜୁଲାଇ ୨୮ ତାରିଖରେ ଧାନବାଦର ନ୍ୟାୟାଧିଶ ଉତ୍ତମ ଆନନ୍ଦ ପ୍ରାତଃ ଭ୍ରମଣ କରୁଥିବା ବେଳେ ଦୁଇ ଯୁବକ ତାଙ୍କୁ ଅଟୋ ମଡାଇ ଦେଇଥିଲେ । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/13-2.jpg)