କ୍ୟାବିନେଟରେ ଯାହା ପାସ୍ ହେଉଛି ତାହା ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ? ପରିବାର ନିର୍ଦ୍ଦେଶାଳୟ ଗଠନ ନେଇ କ୍ୟାବିନେଟ ମୋହର ବାଜିବା ପରେ ବର୍ଷିଲେ ଜୁଏଲ ।

511

କନକ ବ୍ୟୁରୋ : ପରିବାର ନିର୍ଦ୍ଦେଶାଳୟ ଗଠନ ନେଇ କ୍ୟାବିନେଟ ମୋହର ବାଜିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ । ଗଣମାଧ୍ୟମରେ ଜୁଏଲ କହିଛନ୍ତି, ଯେଉଁ ନିଷ୍ପତ୍ତି ହେଉଛି ମୁଖ୍ୟମନ୍ତ୍ରୀ ସେ ବାବଦରେ ସବିଶେଷ ତଥ୍ୟ ଜାଣୁଛନ୍ତି ତ? କ୍ୟାବିନେଟରେ ଯାହା ପାସ୍ ହେଉଛି ତାହା ଜାଣୁଛନ୍ତି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୌଣସି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରି ନିଷ୍ପତ୍ତି ନେଉଥିବା ଜଣା ପଡୁନାହିଁ ବୋଲି କହିଛନ୍ତି ଜୁଏଲ । ଓଡ଼ିଶାରେ ଏବେ ଖାମଖିଆଲ ସରକାର ଚାଲିଛି । ବାର ବାର ଯେହେତୁ ଜିତୁଛନ୍ତି ଅହଂକାର ବଢ଼ି ଯାଇଛି । ବିଭିନ୍ନ ଯୋଜନାରେ ଲୋକମାନେ କିଛି ପାଉନାହାନ୍ତି କେବଳ ଘୋଷଣା ସର୍ବସ୍ବ ହୋଇକି ରହୁଛି । ଦଳୀୟ କାର୍ଯ୍ୟକ୍ରମକୁ ସରକାରୀ କାର୍ଯ୍ୟକ୍ରମରେ ବ୍ଲେଣ୍ଡିଂ କରିବାକୁ ଚେଷ୍ଟା କରୁଛନ୍ତି, ଏହା ତାଙ୍କର ପୁରୁଣା ଅଭ୍ୟାସ ।

ଏବେ କେବଳ ଘୋଷଣା କରିଛନ୍ତି, ତାର ମୋଡାଲିଟି କଣ, ଅପରେସନାଲ ପାର୍ଟ କଣ କିଛି ଜଣାନାହିଁ, ତେଣୁ ଏ ବିଷୟରେ କହିବା ଉଚିତ ନୁହେଁ । ପ୍ରବାସୀ ଓଡ଼ିଆ କଣ ଲାଭବାନ ହେବେ, କରୋନା ସମୟରେ ସୁରଟରେ ଲୋକମାନେ କେମିତି ତ୍ରାହି ତ୍ରାହି କହି କାନ୍ଦୁଥିଲେ ତାହା କଣ ଅଛପା ଅଛି ।