କନକ ବ୍ୟୁରୋ: କୁମାରପୂର୍ଣ୍ଣିମାରେ ଗଞ୍ଜାମ ଜିଲ୍ଲା ଉତ୍ସବମୁଖର ହୋଇଛି । ଚନ୍ଦ୍ରଗ୍ରହଣ ଉତ୍ସାହକୁ ସାମାନ୍ୟ ଫିକା କରିଥିବାବେଳେ ଦିନ ଓ ରାତି ତମାମ ଘରେ ଘରେ ଚାଲିଛି ତାସ୍ ଖେଳ । ସମସ୍ତେ ତାସ, ପାଲି ଓ କଉଡି ଖେଳର ମଜା ଉଠାଇଛନ୍ତି । ବିଭିନ୍ନ ସାହି, ସାହିଛକ ଗୁଡିକରେ ପାଲି ଓ ତାସଖେଳର ଆସର ଜମିଥିଲା । କେତେକ ଜାଗାରେ ପରମ୍ପରା ରକ୍ଷା ପାଇଁ  ତାସ ଖେଳ ହୋଇଥିବାବେଳେ ଅନେକ ଜାଗାରେ ଖୁଲମଖୁଲ୍ଲା ଜୁଆଖେଳ ହୋଇଛି । ରାତି ତମାମ ସହର ଓ ଗାଁ ଗାଁରେ ଜମିଛି ତାସ୍ ଖେଳ । କୁମାର ପୂର୍ଣ୍ଣିମା ପାଇଁ ଗଞ୍ଜାମ ଜିଲ୍ଲାର ସବୁ ଥାନାକୁ ଆଲର୍ଟ କରାଯାଇଥିଲା । ତ ସତ୍ୱେ ଜୁଆରେ ଉଡିଛି ଲକ୍ଷ ଲକ୍ଷ ଟଙ୍କା ।

Advertisment
  • କାମ ଦେଲାନି ପୁଲିସର ତାଗିଦ 
  • ରାତିକରେ ଲାଗିଲା ଲକ୍ଷ ଲକ୍ଷର ବାଜି

ସବୁଠାରୁ ବଡ କଥା ହେଲା, ପୁଲିସର ଚଢାଉ ଓ ତାଗିଦ ସତ୍ୱେ ନିୟମକୁ ମାନିନାହାନ୍ତି ଲୋକେ । ଜୁଆ ଆୟୋଜକ ବିଭିନ୍ନ ଜାଗାରେ ନିଜ ଲୋକ ରଖି ପୁଲିସ ଉପରେ ନଜର ରଖିଥିଲେ । ପୁଲିସ କୁମାର ପୂର୍ଣ୍ଣିମାରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ତାସତ୍ୱେ ଲୋକେ କିଛି ମାନିନଥିଲେ  । ଜୁଆଡିମାନେ ଲକ୍ଷ ଲକ୍ଷ ଟଙ୍କାର ବାଜି ଲଗାଇଥିଲେ । ପୁଲିସର ଚଢାଉ ବେଳେ ...

  • ଗଞ୍ଜାମ ଜିଲ୍ଲା ପୋଲିସ ୬୮୪ ଜଣକୁ ଗିରଫ କରିଛି 
  • ୧୯ ଲକ୍ଷ ୩୪ ହଜାର ୩୧୦ ଟଙ୍କା ଜବତ
  • ବ୍ରହ୍ମପୁର ଜିଲ୍ଲା ପୋଲିସ ୭ ଲକ୍ଷ୭୪ ହଜାର ଜବତ କରିଛି 
  • ୨୧୫ ଗିରଫ ହୋଇଛନ୍ତି , ୭୮ ମୋବାଇଲ ଓ ୪୧ ବାଇକ ଜବତ କରିଛି

ବ୍ରହ୍ମପୁରରେ ଦଶହରାଠାରୁ କୁମାର ପୂର୍ଣ୍ଣିମା ଯାଏଁ ଜୁଆ ଖେଳ ହୋଇଥାଏ । କିନ୍ତୁ ଏବେ ପରବର୍ତ୍ତିତ ପରିସ୍ଥିତିରେ ପରମ୍ପରା ନାଁରେ ଜୁଆ ଖେଳ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ଅନେକ ଚିନ୍ତା ପ୍ରକଟ କରିଛନ୍ତି ।