କନକ ବ୍ୟୁରୋ: କୁମାରପୂର୍ଣ୍ଣିମାରେ ଗଞ୍ଜାମ ଜିଲ୍ଲା ଉତ୍ସବମୁଖର ହୋଇଛି । ଚନ୍ଦ୍ରଗ୍ରହଣ ଉତ୍ସାହକୁ ସାମାନ୍ୟ ଫିକା କରିଥିବାବେଳେ ଦିନ ଓ ରାତି ତମାମ ଘରେ ଘରେ ଚାଲିଛି ତାସ୍ ଖେଳ । ସମସ୍ତେ ତାସ, ପାଲି ଓ କଉଡି ଖେଳର ମଜା ଉଠାଇଛନ୍ତି । ବିଭିନ୍ନ ସାହି, ସାହିଛକ ଗୁଡିକରେ ପାଲି ଓ ତାସଖେଳର ଆସର ଜମିଥିଲା । କେତେକ ଜାଗାରେ ପରମ୍ପରା ରକ୍ଷା ପାଇଁ ତାସ ଖେଳ ହୋଇଥିବାବେଳେ ଅନେକ ଜାଗାରେ ଖୁଲମଖୁଲ୍ଲା ଜୁଆଖେଳ ହୋଇଛି । ରାତି ତମାମ ସହର ଓ ଗାଁ ଗାଁରେ ଜମିଛି ତାସ୍ ଖେଳ । କୁମାର ପୂର୍ଣ୍ଣିମା ପାଇଁ ଗଞ୍ଜାମ ଜିଲ୍ଲାର ସବୁ ଥାନାକୁ ଆଲର୍ଟ କରାଯାଇଥିଲା । ତ ସତ୍ୱେ ଜୁଆରେ ଉଡିଛି ଲକ୍ଷ ଲକ୍ଷ ଟଙ୍କା ।
- କାମ ଦେଲାନି ପୁଲିସର ତାଗିଦ
- ରାତିକରେ ଲାଗିଲା ଲକ୍ଷ ଲକ୍ଷର ବାଜି
ସବୁଠାରୁ ବଡ କଥା ହେଲା, ପୁଲିସର ଚଢାଉ ଓ ତାଗିଦ ସତ୍ୱେ ନିୟମକୁ ମାନିନାହାନ୍ତି ଲୋକେ । ଜୁଆ ଆୟୋଜକ ବିଭିନ୍ନ ଜାଗାରେ ନିଜ ଲୋକ ରଖି ପୁଲିସ ଉପରେ ନଜର ରଖିଥିଲେ । ପୁଲିସ କୁମାର ପୂର୍ଣ୍ଣିମାରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ତାସତ୍ୱେ ଲୋକେ କିଛି ମାନିନଥିଲେ । ଜୁଆଡିମାନେ ଲକ୍ଷ ଲକ୍ଷ ଟଙ୍କାର ବାଜି ଲଗାଇଥିଲେ । ପୁଲିସର ଚଢାଉ ବେଳେ ...
- ଗଞ୍ଜାମ ଜିଲ୍ଲା ପୋଲିସ ୬୮୪ ଜଣକୁ ଗିରଫ କରିଛି
- ୧୯ ଲକ୍ଷ ୩୪ ହଜାର ୩୧୦ ଟଙ୍କା ଜବତ
- ବ୍ରହ୍ମପୁର ଜିଲ୍ଲା ପୋଲିସ ୭ ଲକ୍ଷ୭୪ ହଜାର ଜବତ କରିଛି
- ୨୧୫ ଗିରଫ ହୋଇଛନ୍ତି , ୭୮ ମୋବାଇଲ ଓ ୪୧ ବାଇକ ଜବତ କରିଛି
ବ୍ରହ୍ମପୁରରେ ଦଶହରାଠାରୁ କୁମାର ପୂର୍ଣ୍ଣିମା ଯାଏଁ ଜୁଆ ଖେଳ ହୋଇଥାଏ । କିନ୍ତୁ ଏବେ ପରବର୍ତ୍ତିତ ପରିସ୍ଥିତିରେ ପରମ୍ପରା ନାଁରେ ଜୁଆ ଖେଳ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ଅନେକ ଚିନ୍ତା ପ୍ରକଟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/10/7pm-4-5.jpg)