ନିବେଶ ପାଇଁ ନବୀନଙ୍କୁ କଥା ଦେଲେ ସଜ୍ଜନ ଜିନ୍ଦଲ: ୧୦ ବର୍ଷରେ ଲକ୍ଷେ କୋଟି ନିବେଶ; ଆଇଆଇଏମ୍ ସମ୍ବଲପୁର ସହ ମିଶି ହେବ ସେଂଟର ଫର୍ ଡେଭଲପମେଂଟ ଷ୍ଟଡିଜ୍

କୋଇଡ଼ାରେ ହେବ ଡାକ୍ତରଖାନା ଓ ସ୍କୁଲ

176

କନକ ବ୍ୟୁରୋ: ଓଡ଼ିଶାରେ ଏକ ଲକ୍ଷ କୋଟି ଟଙ୍କା ନିବେଶ କରିବ ଜେଏସଡବ୍ଲୁ ଷ୍ଟିଲ୍ । ଆସନ୍ତା ୧୦ ବର୍ଷ ମଧ୍ୟରେ ଏହି ନିବେଶ କରିବ କଂପାନୀ । ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି ଜେଏସଡବ୍ଲୁ ଷ୍ଟିଲ୍ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ।

ଜଗତସିଂହପୁର ଜିଲ୍ଲାରେ ୧୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଏକ ସମନ୍ୱିତ ଷ୍ଟିଲ ପ୍ଲାଂଟ ତିଆରି କରିବ ବୋଲି କହିଛନ୍ତି ସଜ୍ଜନ ଜିନ୍ଦଲ । ଏହାଛଡ଼ା ସମ୍ବଲପୁର ଆଇଆଇଏମରେ ଜେଏସଡବ୍ଲୁ ସେଂଟର ଫର ଡେଭେଲପମେଂଟ ଷ୍ଟଡିଜ୍ ଆରମ୍ଭ କରାଯିବ । ଏପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜେଏସଡବ୍ଲୁ ଷ୍ଟିଲ ର ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟସରକାର ସମସ୍ତପ୍ରକାର ପଦକ୍ଷେପ ନେବେ । ବିଶେଷ କରି ଜଗତସିଂହପୁର ପ୍ରକଳ୍ପକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ରାଜସ୍ୱ ବୃଦ୍ଧି ସହ ରୋଜଗାର ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ନବୀନ ।