ଜେଏସପି ଫାଉଣ୍ଡେସନ ତରଫରୁ ରଥଯାତ୍ରାରେ ବିଭିନ୍ନ ପ୍ରକାର ସେବା ପ୍ରଦାନ । ୧୪ ଲକ୍ଷରୁ ଅଧିକ ଭକ୍ତଙ୍କୁ ଖାଦ୍ୟ ବଣ୍ଟନ

Advertisment
ଜେଏସପି ଫାଉଣ୍ଡେସନ ତରଫରୁ ରଥଯାତ୍ରାରେ ବିଭିନ୍ନ ପ୍ରକାର ସେବା ପ୍ରଦାନ । ୧୪ ଲକ୍ଷରୁ ଅଧିକ ଭକ୍ତଙ୍କୁ ଖାଦ୍ୟ ବଣ୍ଟନ

କନକ ବ୍ୟୁରୋ : ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ ପକ୍ଷରୁ ପୁରୀରେ ଆୟୋଜିତ ଗତ ରଥ ଯାତ୍ରାରେ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ୧୪.୨୬ ଲକ୍ଷରୁ ଅଧିକ ଦେୟମୁକ୍ତ ଭୋଜନ ବଣ୍ଟନ କରାଯାଇଛି । ୨୦୨୪ ଜୁଲାଇ ୬ ତାରିଖରୁ ଆରମ୍ଭ କରି ସୁନା ବେଶ ଦିନ ପର୍ୟ୍ୟନ୍ତ ୧୨ ଦିନ ଧରି ଫାଉଣ୍ଡେସନ ପକ୍ଷରୁ ଗୁଣ୍ଡିଚା ମନ୍ଦିର ନିକଟ ପୁରୀ ବସଷ୍ଟାଣ୍ଡରେ ପ୍ରତିଦିନ ପାରମ୍ପରିକ ଓଡିଆ ଖାଦ୍ୟ ଯୋଗାଇ ଦିଆଯାଇଥିଲା ।

ଏହି ଅବସରରେ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ଯେ, “ରଥଯାତ୍ରା ଆଧ୍ୟାତ୍ମିକତା, ଭକ୍ତି ଓ ଏକତାର ପ୍ରତୀକ। ଏହି ପବିତ୍ର ରଥଯାତ୍ରା ରେ ଖାଦ୍ୟ, ପାନୀୟ ଜଳ, ଓଆରଏସ୍ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରି ଭକ୍ତଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ଆମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କୃତଜ୍ଞ” । ସେବା ଯୋଗାଇବାରେ ସହଯୋଗ ନିମନ୍ତେ ସେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ସେବା ପାଇଁ ପୁରୀ ବସଷ୍ଟାଣ୍ଡରେ ଏକ ଅସ୍ଥାୟୀ ରୋଷେଇଶାଳା ଏବଂ ଭୋଜନ ପରିବେଷଣ କେନ୍ଦ୍ର ସ୍ଥାପନ କରାଯାଇଥିଲା । ଭକ୍ତମାନଙ୍କ ସେବା ପାଇଁ ୧୦୦ ରୁ ଅଧିକ ସ୍ୱେଚ୍ଛାସେବୀ ଏବଂ ଜେଏସପିର କର୍ମଚାରୀ ଏହି କେନ୍ଦ୍ରରେ ନିଯୋଜିତ ହୋଇ ସଦ୍ୟ ପ୍ରସ୍ତୁତ ରନ୍ଧା ଖାଦ୍ୟ ବଣ୍ଟନ କରୁଥିଲେ । ଖାଦ୍ୟ ପ୍ରସ୍ତୁତି ଏବଂ ବଣ୍ଟନରେ ପରିଚ୍ଛନ୍ନତା ଏବଂ ନିରାପତ୍ତା ମାନଦଣ୍ଡ ପାଳନ ନିମନ୍ତେ ଫାଉଣ୍ଡେସନ୍ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଥିଲା । ଜେଏସପି ଫାଉଣ୍ଡେସନ ପକ୍ଷରୁ ସମଙ୍ଗ ପାର୍କିଂ ସ୍ଥଳରେ ମଧ୍ୟ ଏକ ସ୍ବତନ୍ତ୍ର ରୋଷେଇଶାଲ ଓ ଭୋଜନ ପରିବେଷଣ କେନ୍ଦ୍ରରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା ।

ଏହା ବ୍ୟତୀତ ଜେଏସପି ଫାଉଣ୍ଡେସନ ପକ୍ଷରୁ ଦୁଇଟି ସ୍ବତନ୍ତ୍ର ଭ୍ରାମ୍ୟମାଣ ଟ୍ୟାଙ୍କର ଜରିଆରେ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଥିଲା । ଦୈନିକ ୬ ହଜାର ଲିଟରରୁ ଅଧିକ ପାଣି ଏହି ଦୁଇଟି ଟ୍ୟାଙ୍କର ଦ୍ବାରା ବଣ୍ଟନ କରାଯାଇଛି । ଶ୍ରଦ୍ଧାଳୁମାନଙ୍କୁ ୧୦ ହଜାରରୁ ଅଧିକ ଓଆରଏସ୍ ପ୍ୟାକେଟ୍ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ମହାପର୍ବରେ କର୍ତ୍ତବ୍ୟ ନିର୍ବାହ କରିବା ସମୟରେ ପୁଲିସ କର୍ମଚାରୀମାନେ ଯେପରି ବର୍ଷାରୁ ସୁରକ୍ଷିତ ରହିବେ ସେଥିପାଇଁ ଫାଉଣ୍ଡେସନ ପକ୍ଷରୁ ୫୦୦ ରେନକୋଟ୍ ଯୋଗାଇ ଦିଆଯାଇଛି । ପୁରୀ ପୌରପାଳିକାର ପରିମଳ ଓ ସ୍ୱଚ୍ଛତା ଅଭିଯାନକୁ ସହଯୋଗ କରିବା ନିମନ୍ତେ ତୀର୍ଥଯାତ୍ରୀ ଓ ପର୍ୟ୍ୟଟକଙ୍କ ବ୍ୟବହାର ପାଇଁ ୭୦ଟି ଏଫ୍ଆରପି ଶୌଚାଳୟ ମଧ୍ୟ ଫାଉଣ୍ଡେସନ୍ ଦ୍ବାରା ଯୋଗାଇ ଦିଆଯାଇଥିଲା ।

ଜେଏସପି ଫାଉଣ୍ଡେସନ ଦ୍ୱାରା ପ୍ରଦାନ କରାଯାଉଥିବା ଏହି ସେବାଗୁଡିକୁ ତୀର୍ଥଯାତ୍ରୀ, ପର୍ୟ୍ୟଟକ ଏବଂ ସ୍ଥାନୀୟ ପ୍ରଶାସକଙ୍କ ଦ୍ବାରା ପ୍ରଶଂସା କରାଯାଇଛି । ଖାଦ୍ୟ ଯୋଗାଣ ସେବାର ଗୁଣବତ୍ତା ଓ ଦକ୍ଷତାକୁ ଅନେକ ଶ୍ରଦ୍ଧାଳୁ ବିଶେଷ ପସନ୍ଦ କରିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe