ପୋଲିସ ଗାଡି ଧକ୍କାରେ ଜିଆରଏସ ମୃତ : ମାଲକାନଗିରି ପାଙ୍ଗମାଠାରେ ସ୍କୁଟିରେ ଆସୁଥିବାବେଳେ ଧକ୍କା ଦେଇଥିଲା ପୋଲିସ ଭ୍ୟାନ୍; ଘଟଣାସ୍ଥଳରେ ଉତେଜନା, ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ସ୍ଥାନୀୟ ଲୋକ

229

କନକ ବ୍ୟୁରୋ : ପୁଲିସ ଭ୍ୟାନ ଧକ୍କାରେ ଜିଆରଏସ ମୃତ । ମାଲକାନଗିରି ପାଂଗମାଠାରେ ପୁଲିସ ଭ୍ୟାନ ଓ ଜିଆରଏସଙ୍କ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି  । ମାଥିଲି ଥାନାରୁ କିଛି ପୁଲିସ କର୍ମଚାରୀ ପୁଲିସ ଭ୍ୟାନରେ ମାଲକାନଗିରି ଅଭିମୁଖେ ବାହାରିଥିଲେ । ନାୟକଗୁଡା ଜିଆରଏସ ବାଲାରାଜୁ ସାହୁ ବିପରୀତ ଦିଗରୁ ସ୍କୁଟିରେ ଆସୁଥିବା ବେଳେ ପାଂଗମାଠାରେ ମୁହାଁମୁହିଁ ଧକ୍କା ହୋଇଥିଳା । ଫଳରେ ଘଟଣା ସ୍ଥଳରେ ଜିଆରଏସଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ ।