ଘୋଷଣା ହେଲା ବିଜେପି କାର୍ଯ୍ୟକର୍ତ୍ତା । ଜେପି ନଡ୍ଡାଙ୍କ ଟିମରେ ୪ ଓଡିଆ ସାମିଲ । ବୈଜୟନ୍ତ ଉପସଭାପତି, ପୁଣି ରାଷ୍ଟ୍ରୀୟ ପ୍ରବକ୍ତା ପଦ ବଜାୟ ରଖିଲେ ସମ୍ବିତ ପାତ୍ର ।

413

କନକ ବ୍ୟୁରୋ : ବିଜେପି କାର୍ଯ୍ୟକର୍ତ୍ତା ଘୋଷଣା କଲେ ସଭାପତି ଜେ.ପି ନଡ୍ଡା । ପୂର୍ବ ଭଳି ଉପସଭାପତି ପଦ ବଜାୟ ରଖିଲେ ବୈଜୟନ୍ତ ପଣ୍ଡା । ଏହାସହ ରାଷ୍ଟ୍ରୀୟ ପ୍ରବକ୍ତାରେ ମଧ୍ୟ ସ୍ଥାନ ବଜାୟ ରଖିଛନ୍ତି ସମ୍ବିତ ପାତ୍ର । ସମ୍ବିତଙ୍କ ସହ ଅପରାଜିତା ଷଡଙ୍ଗୀ ମଧ୍ୟ ରାଷ୍ଟ୍ରୀୟ ପ୍ରବକ୍ତା ଦାୟିତ୍ୱ ପାଇଛନ୍ତି ।

ତେବେ ଜେ.ପି ନଡ୍ଡାଙ୍କ ଟିମରେ ୧୨ ଜଣ ଉପସଭାପତି ଓ ୮ ଜଣ ସାଧାରଣ ସମ୍ପାଦକ ରହିଛନ୍ତି । ରମଣ ସିଂ, ବସୁନ୍ଧରା ରଜେ ସିନ୍ଧିଆ, ରାଧାମୋହନ ସିଂ, ବୈଜୟନ୍ତ ପଣ୍ଡା, ରଘୁବର ଦାସ, ମୁକୁଲ ରାୟ, ରେଖା ବର୍ମା, ଅର୍ଣ୍ଣପୂର୍ଣ୍ଣା ଦେବୀ, ଭାରତୀ ବେନ ସିଆଲ, ଡି.କେ ଅରୁଣା, ଏମ ଚୌବା ଏଓ, ଅବଦୁଲ୍ଲା କୁଟ୍ଟୀ ଉପାଧକ୍ଷ ଦାୟିତ୍ୱ ପାଇଛନ୍ତି ।

ସେହିପରି ଏଥର ନଡ୍ଡାଙ୍କ ଟିମରେ ୪ ଜଣ ଓଡିଆ ମଧ୍ୟ ସ୍ଥାନ ପାଇଛନ୍ତି । ଉପସଭାପତି ଭାବେ ବୈଜୟନ୍ତ ପଣ୍ଡା ରହିଥିବା ବେଳେ ଜାତୀୟ ସମ୍ପାଦକ ଭାବେ ବିଶେଶ୍ୱର ଟୁଡୁ ଓ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ସମ୍ବିତ ପାତ୍ର ଓ ଅପରାଜିତା ଷଡଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଛି ।