କନକ ବ୍ୟୁରୋ: ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବିବାଦ ଦେଖା ଦେଇଛି । ଏହାପରେ ରବିବାର ବେଙ୍ଗାଲୁରୁରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଦେଖିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ଫିଲ୍ମଟିକୁ ଦେଖିବା ପରେ ସେ କହିଛନ୍ତି ଯେ, ‘ଆତଙ୍କବାଦୀଙ୍କ ଗୁଳି ବନ୍ଧୁକ ଓ ବୋମାର ଶବ୍ଦ ତ ଶୁଣିହେବ । ହେଲେ ବିନା ଶବ୍ଦର ଆତଙ୍କବାଦ ଅତି ଭୟଙ୍କର । ଫିଲ୍ମଟିରେ ଆତଙ୍କବାଦର ନୂଆରୂପ ଦେଖିବାକୁ ମିଳିଛି । ଫିଲ୍ମଟି କୌଣସି ଧର୍ମ କିମ୍ବା ରାଜ୍ୟ ବାବଦରେ ତିଆରି ହୋଇନି । ତେଣୁ ଏହି ଫିଲ୍ମ ଅଧିକରୁ ଅଧିକ ଲୋକ ଦେଖିବା ଆବଶ୍ୟକ’ ବୋଲି ସେ କହିଛନ୍ତି ।