କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ପାଇଁ ଏବେ ଉତ୍ତରପ୍ରଦେଶ ଉପରେ ସବୁ ଦଳର ନଜର । ସର୍ବାଧିକ ଲୋକସଭା ଆସନ ଥିବା ଏହି ରାଜ୍ୟକୁ ନେଇ ନିର୍ବାଚନୀ ରଣନୀତି ଦୈଡରେ ବିଜେପି ବି କିଛି କମ୍ ନୁହେଁ । ଆଜି ଦୁଇଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ସେଠାରେ ଦଳର ସମସ୍ତ ମନ୍ତ୍ରୀ ଓ ପ୍ରଭାରୀମାନଙ୍କୁ ନେଇ ମାରାଥନ୍ ବୈଠକ ହେବ । ଏହାସହ ପଞ୍ଚାୟତ ଓ ବ୍ଲକ ସ୍ତରରେ ମଧ୍ୟ ଦଳୀୟ କର୍ମୀଙ୍କୁ ଏକାଧିକ ବୈଠକ ହେବାର ସୂଚନା ରହିଛି । କିଛି ଦିନ ପୂର୍ବରୁ ଅମିତ ଶାହା ଉତ୍ତରପ୍ରଦେଶ ଯାଇ ବୈଠକ କରି ଫେରିଥିବାବେଳେ ଏବେ ନଡ୍ଡାଙ୍କ ଗସ୍ତ ,ବିଜେପିର ଜୋରଦାର ନିର୍ବାଚନ ମୋଡକୁ ସ୍ପଷ୍ଟ କରୁଛି ।

Advertisment

publive-image
ପରେ ନଡ୍ଡା ରାଜ୍ୟର କୋଭିଡ୍ ଯେଦ୍ଧାଙ୍କୁ ଭେଟି ଆଲୋଚନା କରିବେ । ଏଥିରେ ବିଭିନ୍ନ ହସ୍ପିଟାଲର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଯୋଗ ଦେବେ । ସେମାନଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିବେ । ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସମୟରେ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କୁ ଆକ୍ଷେପ କରାଯାଇଥିଲା । ଏ ପ୍ରସଙ୍ଗରେ ନଡ୍ଡା ଡାକ୍ତର ଓ ସ୍ୱାସ୍ଥ୍ରକର୍ମୀଙ୍କ ସହ ଆଲୋଚନା କରିବେ ।