କନକ ବ୍ୟୁରୋ: ଭୁବନେଶ୍ୱର ସମାବେଶରେ କେନ୍ଦ୍ର ସରକାରଙ୍କ ସଫଳତା ଗଣାଇବା ସହ ରାଜ୍ୟ ସରକାରଙ୍କ ବିଫଳତା ଗଣାଇଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କେବଳ ରାଜ୍ୟ ସରକାର ନୁହେଁ ଏଥିରେ ସେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଆଉ କଂଗ୍ରେସକୁ ଭାଇ-ଭଉଣୀଙ୍କ ପାର୍ଟି ବୋଲି ମଧ୍ୟ କହିଛନ୍ତି ।

Advertisment

ଏହି ସମାବେଶରେ ସେ ଉଦବୋଧନ ଦେଇ କହିଛନ୍ତି, ଆମ ସ୍ଥିତି ଏବେ କଣ? ଆମେ କାହା ସହ ଲଢୁଛୁ? ଭାରତୀୟ ଜାତୀୟ କଂଗ୍ରେସ, ନା ଏହା ଜାତୀୟ ହୋଇ ଅଛି, ନା ଭାରତୀୟ ହୋଇ ରହିଛି, ଏହି ପାର୍ଟି ଏବେ ଭାଇ-ଭଉଣୀଙ୍କ ପାର୍ଟି । ବାକି ସବୁ ତାଳି ମାରୁଥାଅ । ହେଲେ ଆମେ ଏବେ ଲଢୁଛୁ ପାରିବାରିକ ପାର୍ଟି ଗୁଡିକ ସହ ।

ପାରିବାରିକ ପାର୍ଟିଗୁଡିକର ଉଦାହରଣ ଦେଇ ସେ କାଶ୍ମୀରର ଫାରୁକ ଅବଦୁହ୍ଲା, ଉମରଅବଦୁହ୍ଲା, ହରିୟାଣାର ଓମ ପ୍ରକାଶ ଚୌଟାଲା, ବିହାରର ଆରଜେଡି, ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଓ ଓଡିଶାରେ ବିଜେଡି କଥା କହି ଏହି ଆଞ୍ଚଳିକ ଦଳଗୁଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଏହାସହ କହିଛନ୍ତି ବିଜେପି କେବଳ ଏକମାତ୍ର ଦଳ ଯିଏ କି ବିଚାରଧାରାରେ ଚାଲିଛି, ବାକି ସବୁ ପରିବାରବାଦ ।
କରୋନା ସମୟରେ କୌଣସି ଦଳ ଦେଖାଯାଉନଥିଲେ । ସବୁ କ୍ୱାରେଣ୍ଟାଇନରେ ଚାଲିଯାଇଥିଲେ । ହେଲେ ବିଜେପିର ସମସ୍ତ କର୍ମକର୍ତ୍ତା ଲୋକଙ୍କ ସେବାରେ ଲାଗିଥିଲେ । ଦୁଇ ଦିନ ଓଡ଼ିଶା ଗସ୍ତରେ ଆସିଛନ୍ତି ଜେପି ନଡ୍ଡା । ଭୁବନେଶ୍ୱର ବିମାନ ବନ୍ଦରରେ ଜେପି ନଡ୍ଡା ପହଂଚିବା ପରେ ରୋଡ ଶୋ କରି ଜନତା ମଇଦାନରେ ପହଂଚିଥିଲେ । ସେଠାରେ ପହଂଚି ନଡ୍ଡା ବିଶାଳ ସମାବେଶରେ ସାମିଲ ହୋଇଛନ୍ତି ।