କନକ ବ୍ୟୁରୋ : ଜୟ ପ୍ରକାଶ ନଡ୍ଡା ବା ଜେ,ପି ନଡ୍ଡା ଆଜି ମୋଦୀ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ନଡ୍ଡା ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ମନ୍ତ୍ରୀ ହୋଇ ନଥିଲେ । ଏବେ ତାଙ୍କର ରାଷ୍ଟ୍ରୀୟ ଅଧ୍ୟକ୍ଷ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଥିବାରୁ ମୋଦୀ ତାଙ୍କ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି । ହେଲେ ତାଙ୍କୁ କେଉଁ ବିଭାଗ ମିଳିବ ତାହା ବିଭାଗ ବଣ୍ଟନ ପରେ ଜଣାପଡିବ