ନବଦ୍ୱୀପରେ ନଡ୍ଡାଙ୍କ ପରିବର୍ତ୍ତନ ରଥଯାତ୍ରା । ମମତାଙ୍କ ଉପରେ ବର୍ଷିଲେ ବିଜେପି ଅଧ୍ୟକ୍ଷ । ବେଙ୍ଗଲ ରାଜନୀତି ସରଗରମ ।

69

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନୂଆ ସମ୍ଭାବନା ହୋଇ ସାମ୍ନାକୁ ଆସୁଛି ବିଜେପି । ଆଉ ଏପରି ସମୟରେ ଦଳୀୟ କର୍ମୀଙ୍କ ମନରେ ନୂଆ ଉତ୍ସାହ ଓ ଜୋସ ଭରି ଦେବାକୁ ପଶ୍ଚିମବଙ୍ଗର ନବଦ୍ୱୀପରେ ପରିବର୍ତନ ରଥଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ସମାବେଶକୁ ସମ୍ବୋଧନ କରି ସେ ମମତା ସରକାର ଉପରେ ବର୍ଷିଛନ୍ତି ।

ଶନିବାର ପ୍ରଥମେ ମାଲଦାରେ ପହଂଚି ସେଠାରେ କୃଷକଙ୍କ ସହ ଭୋଜନ କରିଥିଲେ ଜେପି ନଡ୍ଡା । ଏହାପରେ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ । ମାଲଦାରେ ନଡାଙ୍କ ରାଲିରେ ରାସ୍ତା ଉପରେ ଜନସମୁଦ୍ର ଦେଖିବାକୁ ମିଳିଛି । ଏହି ଅବସରରେ ସେ କହିଛନ୍ତି ଏଥର ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ହଟାଇବାକୁ ପଶ୍ଚିମବଙ୍ଗର ଜନତା ମନ ବଲେଇ ସାରିଲେଣି ।

ସେପଟେ ବିଜେପିକୁ କାଉଁଟର କରିବାକୁ ତୃଣମୂଳ କଂଗ୍ରେସ ଜନସମର୍ଥନ ରାଲି ନାଁରେ ଦୁଇ ଦିନିଆ ବାଇକ ରାଲି କରିବ । ଏହି ଯାତ୍ରା ଛପରାରୁ ଆରମ୍ଭ ହୋଇ ତ୍ରିବେଣୀ କୃଷ୍ଣନଗର ଦେଇ ପଲାସୀରେ ଶେଷ ହେବ । ଟିଏମସିର ରାଲିକୁ ସହଜରେ ଅନୁମତି ଓ ବିଜେପିର ରାଲି ପାଇଁ ଅନୁମତି ଦେବାରେ ପୁଲିସର ଟାଳଟୁଳ ନୀତିକୁ ନେଇ ରାଜନୈତିକ ବୟାନବାଜି ବି ତେଜିଛି ।